Advertisment

କାଲି ୮୦୦ କୋଟି ପାର୍‌ କରିବ ପୃଥିବୀର ଜନସଂଖ୍ୟା; ଗତ ବର୍ଷ ଅପେକ୍ଷା ୧ % ବୃଦ୍ଧି

ଆସନ୍ତାକାଲି ସାରା ବିଶ୍ୱର ଜନସଂଖ୍ୟା ୮ ଶହ ୧ କୋଟି ୯୮ ଲକ୍ଷ ୭୬ ହଜାର ୧୮୯ରେ ପହଞ୍ଚିବ।

author-image
Niharika Rout
Population

Population

ଆସନ୍ତାକାଲି ସାରା ପୃଥିବୀର ଲୋକସଂଖ୍ୟା ୮୦୦ ଶହ କୋଟି ପାର୍ କରିବ। ଏହି ଆକଳନ କରିଛି ଆମେରିକାର ଜନସଂଖ୍ୟା ବ୍ୟୁରୋ।

Advertisment

ଏହି ସଂସ୍ଥାର ରିପୋର୍ଟ ଅନୁସାରେ ଆସନ୍ତାକାଲି ସାରା ବିଶ୍ୱର ଜନସଂଖ୍ୟା ୮ ଶହ ୧ କୋଟି ୯୮ ଲକ୍ଷ ୭୬ ହଜାର ୧୮୯ରେ ପହଞ୍ଚିବ। ଯାହାକି ପୃଥିବୀର ଜନସଂଖ୍ୟା ଅନୁଯାୟୀ ଗତ ବର୍ଷର ଜନସଂଖ୍ୟା ଅପେକ୍ଷା ସାଢ଼େ ୭ କୋଟି ଅଧିକ। ଅର୍ଥାତ ବର୍ଷେ ଭିତରେ ବିଶ୍ୱର ଜନସଂଖ୍ୟା ସାଢ଼େ ୭ କୋଟି ବଢିଛି।

୨୦୨୩ ଜାନୁୟାରୀ ପହିଲାରେ ବିଶ୍ୱର ଜନସଂଖ୍ୟା ଯେତେ ଥିଲା, ସେଥିରେ ପ୍ରାୟ ୧ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି। ତେବେ ବିଶ୍ୱର ଜନସଂଖ୍ୟା ବୃଦ୍ଧିର ହାର ହ୍ରାସ ପାଇଛି। ପ୍ରତି ସେକେଣ୍ଡରେ ଜନ୍ମହାର ୪.୨ ଥିବା ବେଳେ ମୃତ୍ୟୁ ହାର ୨ ରହିଛି।

Advertisment

ରିପୋର୍ଟ ଅନୁସାରେ ୨୦୨୪ ଜାନୁୟାରୀ ପହିଲାରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ପାର୍ କରିଥିବା ବେଳେ ଆସନ୍ତା ୧୪ ବର୍ଷରେ ଏହା ୯୦୦ କୋଟି ଅତିକ୍ରମ କରିବ। ହଜାରେ କୋଟି ହେବାକୁ ପୁଣି ୧୪ ବର୍ଷ ଲାଗିବ ବୋଲି ରିପୋର୍ଟରେ କୁହାଯାଇଛି।

ଏହାର ଅର୍ଥ ଜନସଂଖ୍ୟା ବୃଦ୍ଧି ହାର ଧୀରେ ଧୀରେ କମୁଛି। ତଥାପି ଏହା ଉଦବେଗଜନକ ରହିଥିବା ଆମେରିକାର ଜନସଂଖ୍ୟା ବ୍ୟୁରୋ ପକ୍ଷରୁ କୁହାଯାଇଛି।

Balanced Population