Advertisment

ଚୀନରେ ବିଶାଳ ସୁନା ଖଣି ଠାବ, ଗଚ୍ଛିତ ହୋଇଛି ଶହ ଶହ କୋଟି ଟଙ୍କାର ସୁନା

ଚୀନରେ ଠାବ ସୁନା ଖଣିରେ ଏକ ହଜାର ମେଟ୍ରିକ ଟନ୍ ସୁନା ଥିବା ଆକଳନ କରାଯାଉଛି।

ଅଦ୍ୟତନ ହୋଇଛି
Gold Reserve

Gold Reserve

Advertisment

ସୁନାର ଭଣ୍ଡାର ହେବାକୁ ଯାଉଛି ଚୀନ୍। କେନ୍ଦ୍ରୀୟ ଚୀନ୍‌ରେ ଏକ ବୃହତ୍ତମ ସୁନା ଖଣି ଚିହ୍ନଟ ହୋଇଛି। ଏଠାରେ ପାଖାପାଖି ଏକ ହଜାର ମେଟ୍ରିକ ଟନ୍ ଉଚ୍ଚ-ଗୁଣାତ୍ମକ ସୁନା ଥିବା ଆକଳନ କରାଯାଇଛି। ଏହି ସୁନାର ମୂଲ୍ୟ ପ୍ରାୟ ୮୩୦୦ କୋଟି ଡଲାର ହେବ।

Advertisment

ଚୀନରେ ଏହି ସୁନା ଖଣି ଠାବ ହୋଇଥିବା ନେଇ ଚୀନ୍ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ,ଏହାକୁ ବିଶ୍ୱର ସବୁଠୁ ବଡ଼ ସୁନା ଖଣି ବୋଲି କୁହାଯାଉଛି। ଏହି ସୁନା ଖଣି ହୁନାନ ପ୍ରଦେଶର ପିଙ୍ଗଜିଆଙ୍ଗ କାଉଣ୍ଟିରେ ଅବସ୍ଥିତ। ଏଠାରେ ଭୂବିଜ୍ଞାନୀମାନେ ୨ କିଲୋମିଟର ପର୍ଯ୍ୟନ୍ତ ୪୦ଟି ସୁନା ଖଣି ଚିହ୍ନଟ କରିଛନ୍ତି, ଏସବୁ ଲମ୍ବ ଆକାରରେ ରହିଛି।

ପ୍ରାଥମିକ ଆକଳନ ଅନୁସାରେ, ଗୋଟିଏ ଗୋଟିଏ ସୁନା ଖଣିରେ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ସୁନା ରହି ଥାଇପାରେ। ୩-ଡି ମଡେଲିଂରୁ ଜଣାଯାଉଛି ଯେ ସୁନା ଖଣିର ଗଭୀରତା ଆହୁରି ଅଧିକ ହୋଇପାରେ, ସମ୍ଭବତଃ ଏହା ୩ କିଲୋମିଟର ପର୍ଯ୍ୟନ୍ତ ଥାଇପାରେ। 

Advertisment

ଏହି ଆବିଷ୍କାର ଚୀନର ସୁନା ଶିଳ୍ପ ଉପରେ ବଡ଼ ପ୍ରଭାବ ପକାଇପାରେ। ଏମିତିରେ ଚୀନ ବିଶ୍ୱର ସୁନା ଉତ୍ପାଦନରେ ଏକ ପ୍ରମୁଖ ଭୂମିକା ନିଭାଏ। ମୋଟ ଉତ୍ପାଦନର ପ୍ରାୟ ୧୦% ଯୋଗଦାନ ଦିଏ ଚାଇନା। ୨୦୨୪ ପୂର୍ବରୁ ଚୀନ ବିଶ୍ୱ ବଜାରକୁ ୨୦୦୦ ଟନରୁ ଅଧିକ ସୁନା ଯୋଗାଇଛି। 

ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ବିଶ୍ୱରେ ମୂଲ୍ୟବାନ ଧାତୁର ଚାହିଦା ବଢ଼ି ଚାଲିଥିବାରୁ ଏହି ଘୋଷଣା ସୁନା ମୂଲ୍ୟରେ ବୃଦ୍ଧି ଘଟାଇ ପାରେ ବୋଲି ଆଶଙ୍କା କରାଯାଉଛି। ତଥାପି ଏହି ଆବିଷ୍କାର ବଜାରରେ ସୁନା ପରିମାଣରେ ଯେ ବୃଦ୍ଧି ଘଟାଇବ ତାହା ସ୍ପଷ୍ଟ। 

China Gold Gold Reserve
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe