Advertisment

ହେଲିକପ୍ଟରରେ ଆସି ଜାହାଜରେ ଓହ୍ଲାଇଲେ, ଅଲ୍ହା ହୁ ଆକବର କହି ହାଇଜ୍ୟାକ୍‌ କଲେ

ଏହି ଜାହାଜରେ ଥିବା ବିଭିନ୍ନ ଦେଶର ୨୫ଜଣ କ୍ରୁ ସଦସ୍ୟଙ୍କୁ ମଧ୍ୟ ପଣବନ୍ଦୀ କରି ରଖିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Ship Hijack

Ship Hijack

ପୂରା ଫିଲ୍ମ ଷ୍ଟାଇଲ୍‌ରେ ହାଇଜ୍ୟାକ୍‌ ହେଲା ଜାହାଜ। ହେଲିକପ୍ଟରରେ ଆସି ଜାହାଜରେ ଓହ୍ଲାଇଲେ। ଆଲ୍ହା ହୁ ଅକବର କହି ହାଇଜ୍ୟାକ୍‌ କରିନେଲ। ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହୀ ଜାହାଜକୁ କିଭଳି ହାଉତି ବିଦ୍ରୋହୀମାନେ ହାଇଜ୍ୟାକ୍‌ କରିନେଇଛନ୍ତି ତା'ର ଭିଡିଓ ଏବେ ସାମ୍ନାକୁ ଆସିଛି। ସେଥିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜକୁ ହାଇଜ୍ୟାକ୍‌ କରିନେଇଛନ୍ତି ୟେମେନର ହାଉତି ମିଲିଟାଣ୍ଟ ଗ୍ରୁପ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ହାମସ-ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି କାର୍ଗୋ ସିପକୁ ବଳପୁର୍ବକ ନିଜ ଅକ୍ତିଆରକୁ ନେଇଛନ୍ତି ୟେମେନ ହାଇତି ବିଦ୍ରୋହୀମାନେ। ଏହାର ଭିଡିଓ ଫୁଟେଜକୁ ଖୋଦ୍‌ ୟେମେନର ହାଉତିମାନେ ସେୟାର କରିଛନ୍ତି।

ଏକ ହେଲିକ୍ୟାପ୍ଟରରେ ଅସ୍ତ୍ରଶସ୍ତ୍ର ଧରି ୟେମେନର ହାଉତି ମିଲିଟାଣ୍ଟ ଗ୍ରୁପ ଜାହାଜ ଉପରେ ଓହ୍ଲାଉଛନ୍ତି। ଏହାପରେ ହାତରେ ବନ୍ଧୁକ ଧରି ହାଉତି ବିଦ୍ରୋହୀମାନେ ପୋଜିସନ୍‌ ନେଉଛନ୍ତି। ଏମାନେ ଜାହାଜର ଏଣ୍ଟ୍ରି ଗେଟ୍‌ରେ ପହଞ୍ଚିବା ପରେ ଅଲ୍ହା ହୁ ଆକବର କହି ଗୁଳି ଚଳାଇବା ଆରମ୍ଭ କରିଦେଉଛନ୍ତି। ପ୍ରଥମେ ଜାହାଜର କ୍ୟାପଟେନ୍‌ଙ୍କୁ ଏମାନେ ବନ୍ଧକ କରି ନେବା ପରେ ପୂରା ଜାହାଜକୁ ହାଇଜ୍ୟାକ୍‌ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ରବିବାର ଦିନ ହାଉତି ବିଦ୍ରୋହୀମାନେ ହେଲିକପ୍ଟର ଯୋଗେ ଲୋହିତ ସାଗରରେ ମାଲବାହୀ ଜାହାଜ 'ଗାଲାକ୍ସି ଲିଡର'ରୁ ହାଇଜ୍ୟାକ୍‌ କରିନେଇଥିଲେ। ଏଥିସହ ଏହି ଜାହାଜରେ ଥିବା ବିଭିନ୍ନ ଦେଶର ୨୫ଜଣ କ୍ରୁ ସଦସ୍ୟଙ୍କୁ ମଧ୍ୟ ପଣବନ୍ଦୀ କରି ରଖିଛନ୍ତି। ଏହି ମାଲବାହୀ ଜାହାଜଟି ତୁର୍କୀରୁ ଭାରତ ଆଡକୁ ଆସୁଥିଲା। ଏହି ଜାହାଜର ମାଲିକାନାର କିଛି ଅଂଶ ଜଣେ ଇସ୍ରାଏଲ ବ୍ୟବସାୟୀଙ୍କ ଅଛି। ତେଣୁ ୟେମେନ ହାଉତି ମିଲିଟାଣ୍ଟ ଗ୍ରୁପ ଏହାକୁ ହାଇଜ୍ୟାକ୍ କରିଥିବା ଦାବି କରିଛନ୍ତି। କିନ୍ତୁ ଇସ୍ରାଏଲ କହିଛି, ଏହି ଜାହାଜ ଜଣେ ବ୍ରିଟିଷ୍ଟ ବ୍ୟବସାୟୀଙ୍କର। ଘଟଣାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଛି ଇସ୍ରାଇଲ। ଏହା ପଛରେ ଇରାନର ହାତ ଥିବା ଅଭିଯୋଗ ଆଣିଛି। ସେପଟେ ଏଥିରେ କୌଣସି ଭାରତୀୟ କ୍ରୁ ସଦସ୍ୟ ମଧ୍ୟ ନଥିବା କୁହାଯାଇଛି।

Cargo Ship Houthi Rebels Yemen Ship Hijack