/odisha-reporter/media/post_attachments/uploadimage/library/16_9/16_9_0/Drone_1757247297.jpg)
Drone
ଇସ୍ରାଏଲ ଉପରେ ଡ୍ରୋନ ଦ୍ୱାରା ଆକ୍ରମଣ କରିଛି ୟେମେନ। ଇସ୍ରାଏଲର ବିଭିନ୍ନ ସହରକୁ ୟେମେନ ଟାର୍ଗେଟ କରିଛି। ତେବେ ୩ଟି ଡ୍ରୋନ ମଧ୍ୟରୁ ୨ଟିକୁ ଇସ୍ରାଏଲ ସୀମାରେ ପ୍ରବେଶ କରିବା ପୂର୍ବରୁ ଆକାଶ ପଥରେ ହିଁ ଧ୍ୱଂସ କରି ଦିଆଯାଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ କୁହାଯାଇଛି।
ୟେମେନର ଡ୍ରୋନ ଆଟାକ ଯୋଗୁ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତରେ ଯୁଦ୍ଧ ସାଇରନକୁ ଆକ୍ଟିଭେଟ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଯିବାକୁ ପରାମର୍ଶ ଦିଆଯାଇଛି। ଆଇଡିଏଫ କହିଛନ୍ତି, “ୟେମେନ ପକ୍ଷରୁ ମାଡ଼ କରାଯାଇଥିବା ୩ଟି ୟୁଏଭିକୁ ଇସ୍ରାଏଲ ଏୟାର ଫୋର୍ସ ଚିହ୍ନଟ କରିଥିଲେ। ଏହା ମଧ୍ୟରୁ ୨ଟିକୁ ଇସ୍ରାଏଲ ସୀମାରେ ପ୍ରବେଶ କରିବା ପୂର୍ବରୁ ହିଁ ଆକାଶ ପଥରେ ଧ୍ୱଂସ କରି ଦିଆଯାଇଥିଲା। ଦକ୍ଷିଣ ଇସ୍ରାଏଲରେ ଯୁଦ୍ଧ ସାଇରନକୁ ଆକ୍ଟଭେଟ କରାଯାଇଛି।”
୨ଟି ଡ୍ରୋନକୁ ଇସ୍ରାଏଲ ଧ୍ୱଂସ କରିଥିବା ବେଳେ ଆଉ ଗୋଟିଏ ଟାର୍ଗେଟକୁ ହିଟ କରିଛି କି ନାହିଁ, ସେକଥା ୟେମେନ କିମ୍ବା ଆଇଡିଏଫ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।
ଗୋଟିଏ ସପ୍ତାହ ତଳେ ହୁତି ବିଦ୍ରୋହୀଙ୍କ ଦଖଲରେ ଥିବା ସାନ୍ନା ପ୍ରଧାନମନ୍ତ୍ରୀ ଅହମଦ ଅଲ ରାହାୱିଙ୍କୁ ଇସ୍ରାଏଲ ଏୟାର ଷ୍ଟ୍ରାଇକ ଦ୍ୱାରା ହତ୍ୟା କରିଥିଲା। ଇରାନ ସମର୍ଥିତ ହୁତି ପକ୍ଷରୁ ଗୋଟିଏ ବିବୃତିରେ କୁହାଯାଇଥିଲା ଯେ ଅଲ ରାହାୱିଙ୍କ ସହ ଏକାଧିକ ମନ୍ତ୍ରୀ ଗୋଟିଏ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି। ବିଗତ ବର୍ଷ ଧରି ସରକାରୀ କାର୍ଯ୍ୟର ସମୀକ୍ଷା ପାଇଁ ସମସ୍ତେ ଯୋଗ ଦେଇଥିବା ବେଳେ ଆକ୍ରମଣ ହୋଇଥିଲା।
ଅଲ ରାହାୱି ହୁତି ନେତୃତ୍ୱାଧୀନ ସରକାରରେ ୨୦୨୪ ଅଗଷ୍ଟରୁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଇସ୍ରାଏଲ ତାଙ୍କୁ ହତ୍ୟା କରିଥିବାରୁ ଏବେ ହୁତି ପକ୍ଷରୁ ସମ୍ଭବତଃ ଡ୍ରୋନ ଦ୍ୱାରା ଆଟାକ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
