Kamala Harris and Barack Obama
ପାଖେଇ ଆସିଲାଣି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଆଉ ମାତ କିଛି ଦିନ ପରେ ପଡିବ ଭୋଟ୍। ତେବେ ଏହା ପୂର୍ବରୁ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ ଜୋର୍ସୋର୍ରେ ପ୍ରଚାର ଚଳାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଲଚଲ ଜାରି ରହିଛି। ଏହାରି ଭିତରେ ଡେମୋକ୍ରେଟିକ୍ ନ୍ୟାସନାଲ କନ୍ଭେନ୍ସନର ଦ୍ୱିତୀୟ ଦିନରେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଦେଇଛନ୍ତି ବଡ଼ ବୟାନ।
ଡେମୋକ୍ରେଟିକ୍ ପ୍ରାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି ବାରାକ୍ ଓବାମା। ସେ କହିଛନ୍ତି, 'ଆମେରିକା ଏକ ନୂତନ ଅଧ୍ୟାୟ ପାଇଁ ପ୍ରସ୍ତୁତ। ଆମେ କମଲା ହାରିସ୍ ପାଇଁ ପ୍ରସ୍ତୁତ, କମଲା ହାରିସ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି।'
ଓବାମା ଆହୁରି କହିଛନ୍ତି, ଆମ ପାଖରେ ନେତା ବାଛିବା ପାଇଁ ସମୟ ଆସିଛି। ଆମେ ଏପରି ଜଣେ ନେତାଙ୍କୁ ବାଛିବା ଯିଏ ସାରା ଜୀବନ ସାଧାରଣ ଲୋକଙ୍କ ସେବାରେ ଜୀବନ ବିତାଇ ଦେଇଛି। ଯିଏ ସବୁବେଳେ ଲୋକଙ୍କ କଥା ଚିନ୍ତା କରିବ। ଆମେରିକାରେ ଏବେ ଏପରି ସମୟ ଆସିଛି। ତେଣୁ କମ୍ଲା ହାରିସ୍ଙ୍କୁ ମୁଁ ଆଗାମୀ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ସମର୍ଥନ କରୁଛି।
ମୋତେ ରାଷ୍ଟ୍ରପତି ପଦ ଲାଗି ଡେମୋକ୍ରେଟିକ୍ ପାର୍ଟିର ପ୍ରାର୍ଥୀ ହେବା ପାଇଁ ୧୬ ବର୍ଷ ସମୟ ଲାଗିଥିଲା। କିନ୍ତୁ ମୋ ସାଥୀ କମ୍ଲା ହାରିସ୍ ଏହାକୁ ବେଶ୍ କମ୍ ସମୟରେ ହାସଲ କରି ନେଇଛନ୍ତି। ତେଣୁ ତାଙ୍କ ପାଇଁ ମୁଁ ଗର୍ବିତ। କମ୍ଲା ହାରିସ ହିଁ ରାଷ୍ଟ୍ରପତି ହେବେ। Yes She Can... ବୋଲି ଓବାମା କହିଛନ୍ତି।
ଆମେରିକାରେ ଚଳିତ ବର୍ଷ ନଭେମ୍ବର ୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ନିର୍ବାଚନରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟକ୍କର ଦେବେ କମ୍ଲା ହାରିସ୍। ଏହି ନିର୍ବାଚନରେ ​​୧୬ କୋଟି ପଞ୍ଜୀକୃତ ଭୋଟର ଆମେରିକାର ୬୦ ତମ ରାଷ୍ଟ୍ରପତି ଚୟନ କରିବେ। ଆମେରିକାର ପରବର୍ତ୍ତୀ ସର୍ବୋଚ୍ଚ ନେତା କିଏ ହେବେ ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1724223517.jpg)