Advertisment

ଜାତିସଂଘରେ ଯୋଗ କଲେ ମୋଦି, ସାରା ବିଶ୍ୱକୁ ଦେଲେ ଏମିତି ବାର୍ତ୍ତା

ଏହାକୁ ଜାତିସଂଘର ମଧ୍ୟ ସ୍ୱୀକୃତି ଦେଇଛି। ଏହିକ୍ରମରେ ଆଜି ୯ତମ ଅନ୍ତର୍ଜାତୀୟ ଯୋଗ ଦିବସକୁ ଜାତିସଂଘ ଓ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ବିଶ୍ୱକୁ ଭାରତର ଏହି ସୁନ୍ଦର ଉପହାର ହେଉଛି ‘ଯୋଗ’।

author-image
Hemant Lenka
PM Modi

PM Modi

ଐତିହାସିକ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁୟର୍କରେ ଥିବା ଜାତିସଂଘ ବିଲଡିଂରେ ଯୋଗ କରିଛନ୍ତି। ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହ ମିଶି ସେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବା ପରେ ପ୍ରତି ବର୍ଷ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି।

Advertisment

ଏହାକୁ ଜାତିସଂଘର ମଧ୍ୟ ସ୍ୱୀକୃତି ଦେଇଛି। ଏହିକ୍ରମରେ ଆଜି ୯ତମ ଅନ୍ତର୍ଜାତୀୟ ଯୋଗ ଦିବସକୁ ଜାତିସଂଘ ଓ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ବିଶ୍ୱକୁ ଭାରତର ଏହି ସୁନ୍ଦର ଉପହାର ହେଉଛି ‘ଯୋଗ’। ପ୍ରାୟ ୫ ହଜାର ବର୍ଷ ତଳୁ ଏହା ଆରମ୍ଭ ହୋଇଥିବା କୁହାଯାଏ।

ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀର ମିଳନର ମାଧ୍ୟମ ହେଉଛି ଯୋଗ। ଏହା ଉଭୟ ମନ ଓ ଦେହକୁ ଫିଟ୍ ରଖେ। ଆଗରୁ କେବଳ ସାଧୁସନ୍ଥଙ୍କ ମଧ୍ୟରେ ଏହା ସୀମିତ ରହିଥିଲା। ସମୟ କ୍ରମେ ଏହା ଘରେ ଘରେ ପହଞ୍ଚିଛି।

Advertisment

ଆଜି ଅନ୍ତର୍ଜାତୀୟ ଯୋଗ ଦିବସକୁ ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ପାଳିଛନ୍ତି। ଏଠାରେ ଆୟୋଜିତ ଯୋଗ ଶିବିରରେ ସେ ଯୋଗ ଦେଇଛନ୍ତି। ଏହି ବିରାଟ ମଞ୍ଚରୁ ସେ ପୂରା ବିଶ୍ୱକୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଭାରତର ସଂସ୍କୃତି ଓ ପରମ୍ପରା କଥା ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ଯୋଗ ପାଇଁ ଆଜି ସବୁ ଦେଶର ପ୍ରତିନିଧି ଏକାଠି ହୋଇଛନ୍ତି। ଯୋଗ ମାନେ ଶାନ୍ତି। ଯୋଗର ଅର୍ଥ ସ୍ୱାସ୍ଥ୍ୟ। ଯୋଗକୁ ସମର୍ଥନ ଜଣାଇ ଥିବାରୁ ସାରା ବିଶ୍ୱକୁ ଧନ୍ୟବାଦ। ଯୋଗ ଭାରତରୁ ଆସିଛି। ଏହା ବହୁ ପୁରୁଣା ପରମ୍ପରା। ଯୋଗ କପିରାଇଟ ମୁକ୍ତ, ପେଟେଣ୍ଟ ମୁକ୍ତ, ଟିକସ ମୁକ୍ତ। ଯୋଗ ସବୁଠି କରିହେବ। ଏକା ବା ଏକାଧିକ ଲୋକଙ୍କ ସହ କରିହେବ। ଯୋଗ ସମସ୍ତଙ୍କୁ ଏକାଠି କରିପାରିବ।

ଯୋଗ ହେଉଛି ଜୀବନ। ଯୋଗ ଫ୍ଲେକ୍ସିବୁଲ। ଆପଣ ଏହାକୁ ଏକାକୀ, ଗ୍ରୁପରେ କରିପାରିବେ। ଏହାକୁ ଜଣେ ଶିକ୍ଷକଙ୍କ ଠାରୁ ଶିଖି ପାରିବେ କିମ୍ବା ନିଜ ମଧ୍ୟ କରିପାରିବେ। ଏହା ୟୁନିଭର୍ସାଲ। ଏହା ସବୁ ବିଶ୍ୱାସ, ସଂସ୍କୃତି ସହ ଜଡ଼ିତ। ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଯୋଗ ଶକ୍ତିର ଉପଯୋଗ କରିବା। ଯୋଗ ଜୀବନ ଧାରଣର ମାଧ୍ୟମ। ଯୋଗ କରି ସମସ୍ତେ ଖୁସିରେ ରହନ୍ତୁ, ସମସ୍ତେ ସୁସ୍ଥ ରହନ୍ତୁ।”

ଜାତିସଂଘ ବିଲଡିଂର ଉତ୍ତର ଲନ୍‌ରେ ଆୟୋଜିତ ଯୋଗ ଦିବସରେ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ। ନ୍ୟୁୟର୍କର ମେୟର, ୩ଥର ଗ୍ରାମୀ ପୁରସ୍କାର ଜିତିଥିବା ରିକି କେଜ, ସିଙ୍ଗର ଫାଲୁଗୁନୀ ଶାହ, ଅଭିନେତା ରିଚାର୍ଡ ଗେରେ ଓ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଯୋଗ ଦେଇଥିଲେ।

PM Modi International Yoga Day