Advertisment

ପାଲେଷ୍ଟାଇନକୁ ୨.୫ କୋଟି ଟଙ୍କା ଦେଲେ ନୋବେଲ ବିଜେତା ମଲାଲା

ଇସ୍ରାଏଲ ସରକାର ଗାଜାକୁ ମାନବୀୟ ସହାୟତା ପାଇଁ ଅନୁମତି ଦିଅନ୍ତୁ।

author-image
Hemant Lenka
Malala

Malala

ଗାଜାର ଅଲ ଅହଲି ହସ୍ପିଟାଲରେ ପ୍ରଚଣ୍ଡ ଆକ୍ରମଣ ଯୋଗୁ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ଘଟଣାକୁ ସମଗ୍ର ବିଶ୍ୱ ନିନ୍ଦା କରିଛି। ଇସ୍ରାଏଲ ଏପରି ହମଲା ପଛରେ ଇସଲାମିକ ଜିହାଦର ହାତ ଥିବା କହୁଥିବା ବେଳେ ହମାସ ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଛି।

Advertisment

ଏପରି ଆଟାକ ଓ କାଉଣ୍ଟର ଆଟାକ ମଧ୍ୟରେ ଛୋଟ ପିଲା ଓ ବରିଷ୍ଠ ନାଗରିକଙ୍କ ସମେତ ଅନେକ ସାଧାରଣ ଲୋକ ଆଖି ବୁଜିବାରେ ଲାଗିଛନ୍ତି।

ଏସବୁ ଭିତରେ ନୋବେଶ ଶାନ୍ତି ପୁରସ୍କାର ଜିତିଥିବା ମଲାଲା ୟୁସଫଜାଇ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ହସ୍ପିଟାଲରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ଏଥିସହ ସେ ପାଲେଷ୍ଟାଇନବାସୀଙ୍କୁ ନିଜ ଆଡ଼ୁ ୨.୫ କୋଟି ଟଙ୍କାର ସହାୟତା କରିଛନ୍ତି।

Advertisment

ସେ କହିଛନ୍ତି, “ଗାଜାର ଅଲ ଅହଲି ହସ୍ପିଟାଲରେ ହୋଇଥିବା ବୋମା ମାଡ଼ ଦେଖି ପୂରା ଚକିତ ଓ ଏହାକୁ ମୁଁ ଗୋଟିଏ ସ୍ୱରରେ ନିନ୍ଦା କରୁଛି। ଶାନ୍ତି ପାଇଁ କାନ୍ଦୁ ଥିବା ଇସ୍ରାଏଲ, ପାଲେଷ୍ଟାଇନ ଓ ବିଶ୍ୱର ଅନ୍ୟମାନଙ୍କ ସହ ମୁଁ ମୋର ସ୍ୱର ମିଳାଉଛି।

ସାମୂହିକ ଦଣ୍ଡ ଏହାର ଉତ୍ତର ନୁହେଁ। ଗାଜାର ମୋଟ ଜନସଂଖ୍ୟା ମଧ୍ୟରୁ ଅଧା ଲୋକଙ୍କ ବୟସ ୧୮ ବର୍ଷରୁ କମ। ସେମାନେ ସେମାନଙ୍କ ବାକି ଜୀବନ ବୋମା ମାଡ଼ ଓ ବେଆଇନ ଦଖଲ ମଧ୍ୟରେ ବିତାଇବା ଠିକ ନୁହେଁ।

ଇସ୍ରାଏଲ ସରକାର ଗାଜାକୁ ମାନବୀୟ ସହାୟତା ପାଇଁ ଅନୁମତି ଦିଅନ୍ତୁ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପାଲେଷ୍ଟାଇନବାସୀଙ୍କୁ ସହଯୋଗ କରୁଥିବା ୩ଟି ସଂସ୍ଥାକୁ ମୁଁ ୨.୫ କୋଟି ଟଙ୍କା ଦେଉଛି। ଲୋକମାନେ ମଧ୍ୟ ସହାୟତା କରନ୍ତୁ। ଦୁଇ ଦେଶର ସରକାର ତୁରନ୍ତ ଅସ୍ତ୍ରବିରତି ଲାଗୁ କରନ୍ତୁ ଓ ଶାନ୍ତି ପ୍ରତିଷ୍ଠା କରନ୍ତୁ।”

Israel-Palestine Conflict Palestine