Advertisment

ପୁଟିନ ମୃତ ନା ଜୀବିତ? ଜେଲେନସ୍କିଙ୍କ ବୟାନକୁ ନେଇ ହଇଚଇ

ଟ୍ୱିଟରରେ ଜେଲେନସ୍କିଙ୍କ ଏହି ବୟାନର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା ଭାଇରାଲ ହେବା ପରେ ରୁଷ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି।

Vladimir Putin

Vladimir Putin

Advertisment

ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କ ବୟନକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିର୍ଶ୍ୱ ଅର୍ଥନୀତିକ ଫୋରମ(WEF)ରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ରୁଷିଆର ରାଷ୍ଟ୍ରପତି ପୁଟିନ ଏଯାଏ ଜୀବିତ ଅଛନ୍ତି କି ନାହିଁ, ସେ ବିଷୟରେ ଜେଲେନସ୍କି ନିଶ୍ଚିତ ନୁହନ୍ତି ବୋଲି କହିଛନ୍ତି।

Advertisment

ବୈଠକରେ ୟୁକ୍ରେନିଆନ ବ୍ରେକଫାଷ୍ଟ ସମୟରେ ସେ ଏପରି କଥା କହିଛନ୍ତି। ରୁଷ ସହ କେତେବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହେବ ବୋଲି ଗଣମାଧ୍ୟମ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ ପୁଟିନ ମୃତ କି ଜୀବିତ, ସେକଥା ବୁଝି ପାରୁ ନଥିବା କହିଛନ୍ତି।

ଟ୍ୱିଟରରେ ଜେଲେନସ୍କିଙ୍କ ଏହି ବୟାନର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା ଭାଇରାଲ ହେବା ପରେ ରୁଷ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି। ମସ୍କୋ କହିଛି ଯେ ୟୁକ୍ରେନ ରାଷ୍ଟ୍ରପତିଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ସେ ରୁଷ କିମ୍ବା ପୁଟିନ ରୁହନ୍ତୁ ବୋଲି ଚାହୁଁ ନାହାନ୍ତି।

Advertisment

ବ୍ରେକଫାଷ୍ଟ ଇଭେଣ୍ଟରେ ଜେଲେନସ୍କି କହିଛନ୍ତି, “ଆଜି, ମୁଁ ବୁଝି ପାରୁନି ଯେ କାହା ସହ ଓ କ’ଣ କଥା ହେବି। ଗ୍ରୀନ ସ୍କ୍ରିନ ସହାୟତାରେ ବେଳେବେଳେ ସାମ୍ନାକୁ ଆସୁଥିବା ରୁଷ ରାଷ୍ଟ୍ରପତି ଠିକ୍‌ ବ୍ୟକ୍ତି? ସେ ଜୀବିତ ଅଛନ୍ତି କି ନାହିଁ ମୁଁ ବୁଝି ପାରୁନି। ସେ ନିଷ୍ପତ୍ତି ନେଉଛନ୍ତି ନା ସେଠାରେ ଆଉ କିଏ ତାଙ୍କ ପାଇଁ ନିଷ୍ପତ୍ତି ନେଉଛନ୍ତି? ଗୋଟିଏ ଦିନ ଆପଣ ୟୁରୋପୀୟ ନେତାଙ୍କୁ ଗୋଟିଏ କଥା ପ୍ରତିଶ୍ରୁତି ଦେବେ ଓ ପରବର୍ତ୍ତୀ ଦିନ ହିଁ ଆକ୍ରମଣ କରିବେ, ଏକଥା ମୁଁ ବୁଝିପାରୁନି। ମୁଁ ବୁଝି ପାରୁନି, ଏସବୁ କଥା କିଏ ବୁଝୁଥିଲେ। ଆମେ ଯେତେବେଳେ ଶାନ୍ତି ଆଲୋଚନା କଥା କହୁଛୁ ସେତେବେଳେ କାହା ସହ ଆଲୋଚନା କରାଯିବ?”

ତାଙ୍କର ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇଛି ରୁଷ। କ୍ରେମଲିନ ମୁଖପାତ୍ର ଡିମିଟ୍ରୀ ପେସ୍କୋଭ କହିଛନ୍ତି, “ଉଭୟ ରୁଷ ଓ ପୁଟିନ ୟୁକ୍ରେନ ଏବଂ ଜେଲେନସ୍କିଙ୍କ ପାଇଁ ସମସ୍ୟା ବୋଲି ଉକ୍ତ ବୟାନରୁ ସ୍ପଷ୍ଟ ହୋଇଛି। ରୁଷ କିମ୍ବା ପୁଟିନ ରୁହନ୍ତୁ ବୋଲି ଜେଲେନସ୍କି ଚାହୁଁ ନାହାନ୍ତି। ଯେତେ ଶୀଘ୍ର ରୁଷ ଥିଲା ଓ ଆଗକୁ ରହିବ ବୋଲି ସେ ବୁଝିଯିବେ ୟୁକ୍ରେନ ଭଳି ଦେଶ ପାଇଁ ଏହା ଭଲ।”

Russia-Ukraine War Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe