Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି

ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘର ସାଧାରଣ ମହାସଭା ବୈଠକ ଅନୁଷ୍ଠିତ ହେବ। ଏହି ସମୟରେ ଦୁଇ ନେତା ବ୍ୟକ୍ତିଗତ ଭାବେ ପରସ୍ପରକୁ ଭେଟିବେ ବୋଲି ଏକମତ ହୋଇଛନ୍ତି।

Modi

Modi

Advertisment

ରୁଷ ସହ ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ଆଜି ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଛନ୍ତି। ୟୁକ୍ରେନର ବିଭିନ୍ନ ସହର ଓ ଗାଁ ଗୁଡ଼ିକରେ ରୁଷ ଜାରି ରଖିଥିବା ହମଲା ସମ୍ପର୍କରେ ସେ ମୋଦିଙ୍କୁ ଅବଗତ କରାଇଛନ୍ତି। ଗତକାଲି ଜାପୋରିଝଝିଆରେ ଥିବା ଗୋଟିଏ ବସ୍‌ ଷ୍ଟାଣ୍ଡ ଉପରେ ରୁଷ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ରୁଷ ଜାଣି ଶୁଣି ଜନବସତି ଉପରେ ବୋମା ମାଡ଼ କରୁଥିବା ମୋଦିଙ୍କୁ କହିଛନ୍ତି ଜେଲେନସ୍କି।

Advertisment

ବର୍ତ୍ତମାନ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଗୋଟିଏ କୂଟନୀତିକ ଆଲୋଚନା ପାଇଁ ବାଟ ଫିଟିଛି। ହେଲେ ଯୁଦ୍ଧ ବିରତି ପାଇଁ ପ୍ରୟାସ କରିବା ବଦଳରେ ରୁଷ ବେଆଇନ ଦଖଲ ଓ ହତ୍ୟାକାଣ୍ଡ ଘଟାଉଥିବା ଜେଲେନସ୍କି କହିଛନ୍ତି।

ଏକ୍ସରେ ଜେଲେନସ୍କି କହିଛନ୍ତି, “ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ମୋ ବେଶ କିଛି ସମୟ କଥା ହୋଇଛି। ଆମେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଛୁ। ଉଭୟ ଦ୍ୱିପାକ୍ଷିକ ସହଭାଗିତା ଓ କୂଟନୀତିକ ସ୍ଥିତି ସମ୍ପର୍କରେ କଥାବାର୍ତ୍ତା ହୋଇଛି। ଆମ ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଦେଇଥିବା ସହଯୋଗର ପ୍ରତିଶ୍ରୁତି ପାଇଁ ମୁଁ କୃତଜ୍ଞ। ଭାରତ ଆମର ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ସମର୍ଥନ କରୁଛି। ୟୁକ୍ରେନ ସହ ଜଡ଼ିତ ସମସ୍ତ ବିଷୟବସ୍ତୁ ୟୁକ୍ରେନର ଭାଗିଦାରୀରେ ହେବା ଦରକାର ବୋଲି ଭାରତ ମତ ରଖିଛି। ଏହାକୁ ଛାଡ଼ି ବାକି କୌଣସି ପଦକ୍ଷେପ ଫଳାଫଳ ଆଣି ପାରିବ ନାହିଁ।”

Advertisment

ରୁଷ ଉପରେ ଥିବା ସମସ୍ତ କଟକଣା ସମ୍ପର୍କରେ ଦୁଇ ନେତା କଥା ହୋଇଛନ୍ତି । ଏହି ସମୟରେ ରୁଷର ରପ୍ତାନୀ ବିଶେଷ କରି ତୈଳ ରପ୍ତାନୀ ହ୍ରାସ ହେବା ଅତ୍ୟନ୍ତ ଜରୁରୀ ବୋଲି ଜେଲେନସ୍କି କହିଛନ୍ତି।

ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘର ସାଧାରଣ ମହାସଭା ବୈଠକ ଅନୁଷ୍ଠିତ ହେବ। ଏହି ସମୟରେ ଦୁଇ ନେତା ବ୍ୟକ୍ତିଗତ ଭାବେ ପରସ୍ପରକୁ ଭେଟିବେ ବୋଲି ଏକମତ ହୋଇଛନ୍ତି।

Russia-Ukraine War PM Modi Volodymyr Zelenskyy Ukraine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe