ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ପୁଟିନକୁ ଭେଟିବେ ଜେଲେନସ୍କି !

ତୁର୍କୀରେ ହେବାକୁ ଥିବା ସମ୍ମିଳନୀରେ ଦୁଇ ଦେଶର ନେତା ପରସ୍ପର ସାମ୍ନାରେ ବିସି କଥା ହେବାର ସମ୍ଭାବନା ରହିଛି।

Putin

ଜେଲେନସ୍କି ଓ ପୁଟିନ (ଫାଇଲ ଫଟୋ)

Hemant Lenka
  • Published: Wednesday, 14 May 2025
  • Updated: 14 May 2025, 03:25 PM IST

Sports

Latest News

ଦୀର୍ଘ ୩ ବର୍ଷ ହେଲା ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ। କାରଣ ଶାନ୍ତି ଆଲୋଚନା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବ୍ୟକ୍ତିଗତ ଭାବେ ଦେଖା କରି ଆଲୋଚନା କରିବା ମୁଡରେ ରହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି। ଗୁରୁବାର ତୁର୍କୀରେ ବସିବାକୁ ଯାଉଛି ଶାନ୍ତି ବୈଠକ। ଏହି ବୈଠକରେ ଜେଲେନସ୍କି ଯୁଦ୍ଧ ବନ୍ଦ ସମ୍ପର୍କରେ ପୁଟିନଙ୍କ ସହ ସିଧାସଳଖ କଥା ହେବାକୁ ରାଜି ଥିବା କହିଛନ୍ତି।

୨୦୨୨ରୁ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ପୁଟିନ ଓ ଜେଲେନସ୍କି କେବେ ବି ସାମ୍ନାସାମ୍ନି କଥା ହୋଇ ନଥିଲେ। କିନ୍ତୁ ତୁର୍କୀରେ ହେବାକୁ ଥିବା ସମ୍ମିଳନୀରେ ଦୁଇ ଦେଶର ନେତା ପରସ୍ପର ସାମ୍ନାରେ ବିସି କଥା ହେବାର ସମ୍ଭାବନା ରହିଛି। ଜେଲେନସ୍କି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ରିପୋର୍ଟରଙ୍କୁ କିଭରେ ମଙ୍ଗଳବାର ପୁଟିନଙ୍କ ସହ ସେ ଶାନ୍ତି ଆଲୋଚନା କରିବାକୁ ରାଜି ଥିବା ସୂଚିତ କରିଛନ୍ତି।

Also Read

ଶାନ୍ତି ଆଲୋଚନା ବେଳେ ସେ ପ୍ରାସ୍ତାବିତ ଯୁଦ୍ଧ ବିରତିରେ ରାଜି ହେବେ। ଯୁଦ୍ଧ ବିରତି ସର୍ତ୍ତ କେମିତି ଲାଗୁ ହେବ ଓ ଏହାକୁ କେତେ ଦୂର ପାଳନ କରାଯାଉଛି, ତା’ର ସମୀକ୍ଷା କରିବାକୁ ଗୋଟିଏ ଟେକ୍ନିକାଲ ଟିମ ଗଠନ କରିବାକୁ ଜେଲେନସ୍କି ପ୍ରସ୍ତାବ ରଖିବେ ବୋଲି କହିଛନ୍ତି।

ଜେଲେନସ୍କିଙ୍କ ପୂର୍ବରୁ ପୁଟିନ ମଧ୍ୟ ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ ରାଜି ଥିବା ପରୋକ୍ଷରେ କହିଥିଲେ। ତୁର୍କୀ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ କରୁଛି। ଖାସ ଏହି କାରଣ ପାଇଁ ଗୁରୁବାର ତୁର୍କୀରେ ଶାନ୍ତି ବୈଠକ ବସିବାକୁ ଯାଉଛି।

ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସମ୍ଭାବ୍ୟ ଜେଲେନସ୍କି-ପୁଟିନଙ୍କ ବୈଠକରେ ସାମିଲ ହେବା ପାଇଁ ତୁର୍କୀ ଯିବାକୁ ଯୋଜନା କରୁଛନ୍ତି। ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମାର୍ଚ୍ଚ ମାସରେ ସାଉଦୀ ଆରବରେ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାର ଫଳ କିଛି ବି ମିଳି ନଥିଲା।

ଜେଲେନସ୍କିଙ୍କ କହିବା କଥା ଯେ ପୁଟିନଙ୍କ ଅନୁପସ୍ଥିତିରେ ସମ୍ମିଳନୀ ଆୟୋଜନ କରିବାର କୌଣସି ମୂଲ୍ୟନାହିଁ। ସେ କହିଛନ୍ତି, “ଟ୍ରମ୍ପ ବିଶ୍ୱାସ କରିବା ଦରକାର ଯେ ପୁଟିନ ମିଛ କହୁଛନ୍ତି। ଶାନ୍ତି ବୁଝାମଣା ପାଇଁ ୟୁକ୍ରେନ ସବୁବେଳେ ଚେଷ୍ଟିତ। ଶାନ୍ତି ବୁଝାମଣାକୁ ଧିମା କରିବା ସପକ୍ଷରେ ୟୁକ୍ରେନ ନାହିଁ।”

ପୁଟିନଙ୍କୁ ଭେଟିବା ପୂର୍ବରୁ ଜେଲେନସ୍କି ପ୍ରଥମେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନଙ୍କୁ ଅଙ୍କାରାରେ ଭେଟିବେ। ଯଦି ପୁଟିନ ଆସିବେ, ତା’ହେଲେ ସେଠାରୁ ଉଭୟ ନେତା ଇସ୍ତାନବୁଲ ଗସ୍ତ କରିବେ। ରୁଷର ଡେପୁଟି ବୈଦେଶିକ ମନ୍ତ୍ରୀ ସେର୍ଗେଇ ରୟାବକୋଭ କହିଛନ୍ତି, ଇସ୍ତାନବୁଲରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ରୁଷ ପ୍ରସ୍ତୁତ। ହେଲେ ପୁଟିନ ଆଲୋଚନା ପାଇଁ ଆସିବେ କି ନାହିଁ, ସେକଥା ରୟାବକୋଭ ସ୍ପଷ୍ଟ କରି ନାହାନ୍ତି।

ଜେଲେନସ୍କି କହିଛନ୍ତି, ଯଦି ପୁଟିନ ଆଲୋଚନା ପାଇଁ ଆସିବେ ନାହିଁ, ତା’ହେଲେ ଏହା ଭାବିକୁ ପଡ଼ିବ ଯେ ରୁଷ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ନାହିଁ। ଯଦି ପୁଟିନ ନ ଆସିବେ, ତା’ହେଲେ ଆମେରିକା ଓ ୟୁରୋପୀୟ ୟୁନିୟନ ପକ୍ଷରୁ ରୁଷ ଉପରେ ବିଜୁଳି ଓ ବ୍ୟାଙ୍କିଂ କ୍ଷେତ୍ରରେ ବଡ଼ କଟକଣା ଲାଗିବ ବୋଲି ଜେଲେନସ୍କି ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story