Putin
ଦୀର୍ଘ ସାଢ଼େ ୩ ବର୍ଷ ହେଲା ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ଖବର ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଠକ କରିବା ପରେ ଯୁଦ୍ଧ ଅନ୍ତର ସମ୍ଭାବନା ସୃଷ୍ଟି ହୋଇଥିଲା। ସେହିପରି ତ୍ରିପାକ୍ଷିକ ବୈଠକ ହେବ ବୋଲି ଖବର ପ୍ରକାଶ ପାଇଥିଲା।
କିନ୍ତୁ ଏସବୁ ଭିତରେ ବଡ଼ କଥା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତାଙ୍କ କହିବା କଥା ଯେ ବଳପୂର୍ବକ ରୁଷ ଦଖଲ କରିଥିବା ୟୁକ୍ରେନର ଅଞ୍ଚଳକୁ ତାଙ୍କ ଦେଶ କେବେ ହେଲେ ବି ସ୍ୱୀକୃତି ଦେବ ନାହିଁ। ସେ କହିଛନ୍ତି ଯେ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟୀର ବୁଝାମଣା ଚାହୁଁଛି। ଏହାପରେ ଦ୍ୱିପାକ୍ଷିକ କିମ୍ବା ତ୍ରିପାକ୍ଷିକ ବୈଠକ ସମ୍ଭବ।
ଜେଲେନସ୍କି କହିଛନ୍ତି, “ୟୁକ୍ରେନ କେବେ ହେଲେ ବି ରୁଷ ଦଖଲରେ ଥିବା ନିଜ ଦେଶର ଅଞ୍ଚଳକୁ ଆଇନଗତ ମାନ୍ୟତା ଦେବ ନାହିଁ। ଅନ୍ତର୍ଜାତୀୟ ସୁରକ୍ଷା ଗ୍ୟାରେଣ୍ଟୀ ପରେ ହିଁ ମସ୍କୋ ସହ କୌଣସି ଆଲୋଚନା ସମ୍ଭବ। ଆମେ ଆସନ୍ତା ୭ରୁ ୧୦ ଦିନ ଭିତରେ ସୁରକ୍ଷା ଗ୍ୟାରେଣ୍ଟୀର ବିସ୍ତୃତ ତଥ୍ୟ ଚାହୁଁଛୁ। ଏହାପରେ ଆମେ ତ୍ରିପାକ୍ଷିକ କିମ୍ବା ଦ୍ୱିପାକ୍ଷିକ ଆଲୋଚନାର ନିଷ୍ପତ୍ତି ନେବୁ। ଯଦି ରୁଷ ଗୋଟିଏ ଦ୍ୱିପାକ୍ଷିକ ଆଲୋଚନା ପାଇଁ ରାଜି ନୁହେଁ, ତା’ହେଲେ ଆମେରିକା କଠୋର ପଦକ୍ଷେପ ନେଉ ବୋଲି ୟୁକ୍ରେନ ଓ ୟୁରୋପ ଆଶା କରିବ।”
ସୁରକ୍ଷା ବ୍ୟବସ୍ଥାରେ ଜେଲେନସ୍କି ଚାଇନାକୁ ସାମିଲ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ତାଙ୍କ କହିବା କଥା ଯେ ରୁଷର ଅନୁପ୍ରବେଶ ବେଳେ ଚାଇନା କୌଣସି ପ୍ରକାରର ସହାୟତା କରି ନଥିଲା। ସେହିପରି ଭବିଷ୍ୟତର ସମ୍ଭାବ୍ୟ ଶାନ୍ତି ଆଲୋଚନା ବୁଦାପେଷ୍ଟରେ ହେଉ ବୋଲି ଜେଲେନସ୍କି ଚାହୁଁ ନାହାନ୍ତି। ଏହାକୁ ସେ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ବୋଲି ଚିତ୍ରଣ କରିଛନ୍ତି।
ସେ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ ଗୋଟିଏ ଭିନ୍ନ ଶୈଳୀର ପରାମର୍ଶ ଦେଇଛନ୍ତି। ଗୋଟିଏ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସେ ତ୍ରିପାକ୍ଷିକ ବୈଠକର ପ୍ରସ୍ତାବ ଦେଇଛନ୍ତି। ଆମେ ଏହି ପ୍ରସ୍ତାବରେ ରାଜି ହୋଇଥିଲୁ। ଆମେ ସୁରକ୍ଷା ଗ୍ୟାରେଣ୍ଟୀ ଉପରେ କାମ କରୁଛୁ। ଧାରା ୫ ଭଳି ଏହାର ରୂପରେଖ ରହିବା ଏକପ୍ରକାରର ସ୍ଥିର ହୋଇଛି। ଆଜିକା ଦିନରେ ଏଥିପାଇଁ ଆମକୁ ରାଜନୀତିକ ସମର୍ଥନ ଆବଶ୍ୟକ।”
ପୁଟିନ, ଜେଲେନସ୍କି ଓ ୟୁରୋପୀୟ ନେତାଙ୍କ ସହ ଟ୍ରମ୍ପ ନିକଟରେ ଆଲୋଚନା କରିଥିଲେ। ଏହି ସମୟରେ ୟୁକ୍ରେନର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। ଯୁଦ୍ଧ ଶେଷର ଡିଲ୍କୁ ନିଶ୍ଚିତ କରିବା ପାଇଁ ୟୁରୋପୀୟ ନେତା ସେମାନଙ୍କ ସେନାକୁ ମୁତୟନ କରିବାକୁ ରାଜି ହୋଇଥିବା ଟ୍ରମ୍ପ କହିଥିବା ବେଳେ ଆମେରିକା ଟ୍ରୁପ୍ସ ମୁତୟନ ସମ୍ଭାବନା ଅଗ୍ରାହ୍ୟ କରିଥିଲେ। କିନ୍ତୁ ଆକାଶ ପଥରେ ସହାୟତା ବିକଳ୍ପକୁ ସେ ଖୋଲା ରଖିଛନ୍ତି।
ୟୁକ୍ରେଦ ଯୁଦ୍ଧ ଶେଷ କରିବାକୁ ରୁଷକୁ ନିଜର କିଛି ଅଞ୍ଚଳ ଛାଡ଼ିବ ଉପରେ ଡିଲ ମଧ୍ୟ କରିବ ବୋଲି ଟ୍ରମ୍ପ କହିଥିଲେ। ଏହାବାଦ ଜେଲେନସ୍କି ଓ ପୁଟିନ ଦୁଇ ସପ୍ତାହ ମଧ୍ୟରେ ପରସ୍ପରକୁ ଭେଟି ପାରନ୍ତି ବୋଲି ସେ ସମସ୍ତଙ୍କୁ ଜଣାଇଥିଲେ। ତେବେ କ୍ରେମଲିନ ପକ୍ଷରୁ ଜେଲେନସ୍କିଙ୍କୁ ଭେଟିବାକୁ ପୁଟିନ ରାଜି ଅଛନ୍ତି କି ନାହିଁ, ସେକଥାକୁ ନିଶ୍ଚିତ କରାଯାଇ ନାହିଁ। ଏପରି ସମ୍ମିଳନୀ ପାଇଁ ଅନେକ କିଛିର ପ୍ରସ୍ତୁତି ଆବଶ୍ୟକ ବୋଲି ରୁଷ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଯୁଦ୍ଧ ଶେଷ ସମ୍ଭାବନା ମଧ୍ୟରେ ୟୁକ୍ରେନ ଉପରେ ରୁଷର ହମଲା ଜାରି ରହିଛି। ଡୋନେସ୍କରେ ଥିବା ଗାଁ ଗୁଡ଼ିକୁ ଧଖଲ କରିବାରେ ଲାଗିଛି। ଜୁଲାଇ ମାସ ପରେ ରୁଷ ପକ୍ଷରୁ ଏହି ଅଞ୍ଚଳରେ ସବୁଠାରୁ ବଡ଼ ଏୟାର ଷ୍ଟ୍ରାଇକ କରାଯାଇଛି।
ୟୁକ୍ରେନର ଅଧିକାରୀମାନେ କହିଛନ୍ତି ଯେ ରାତିକ ମଧ୍ୟରେ ୫୭୦ରୁ ଅଧିକ ଡ୍ରୋନ ଓ ୪୦ଟି ମିସାଇଲ ରୁଷ ପକ୍ଷରୁ ମାଡ଼ କରାଯାଇଛି। ଦେଶର ଏୟାର ଡିଫେନ୍ସ କିଛି ଡ୍ରୋନ ଓ ମିସାଇଲକୁ ଆକାଶ ପଥରେ ନଷ୍ଟ କରି ଦେଇଥିଲା। ତଥାପି କିଛି ଡ୍ରୋନ ଓ ମିସାଇଲ ଆବାସିକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି।
ରୁଷ ଏବେ ଶାନ୍ତି ସପକ୍ଷରେ ନାହିଁ। ତେଣୁ ଅନ୍ତର୍ଜାତୀୟ ସମୂହ ରୁଷ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ୟୁକ୍ରେନର ରାଷ୍ଟ୍ରପତି ଅନୁରୋଧ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Putin_1755767634.jpg)