Advertisment

ଟ୍ରମ୍ପଙ୍କୁ ବିଶ୍ୱାସକୁ ନେଇ ପାରୁ ନାହାନ୍ତି ଜେଲେନସ୍କି! ସୋମବାର ଆମେରିକା ଯିବେ

ଯଦିଓ ସେ ରୁଷ ସହ ଯୁଦ୍ଧ ଶେଷ କରିବାକୁ ସମସ୍ତ ପ୍ରକାରର ଗଠନମୂଳକ ସହଯୋଗ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି, କିନ୍ତୁ ସେ ଟ୍ରମ୍ପଙ୍କୁ ବାଦ ଦେଇ ୟୁରୋପୀୟ ନେତାଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି।

Trump

Trump

Advertisment

ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଠକ କରିଥିଲେ। ଆଲାସ୍କାରେ ଦୀର୍ଘ ୩ ଘଣ୍ଟା ଧରି ପୁଟିନ-ଟ୍ରମ୍ପ ବୈଠକ କରିଥିଲେ ହେଁ ଯୁଦ୍ଧ ବନ୍ଦ କରିବାକୁ ସହମତି ହୋଇନାହିଁ। କେବଳ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏକଥା ପୁଟିନ ଓ ଟ୍ରମ୍ପ ବୈଠକରେ ପରେ ଦେଇଥିବା ବୟାନରୁ ସଙ୍କେତ ମିଳିଛି। ଏପରି ସଙ୍କେତ ସତ୍ତ୍ୱେ ଟ୍ରମ୍ପଙ୍କୁ ସଂପୂର୍ଣ୍ଣ ଭାବେ ବିଶ୍ୱାସକୁ ନେଇ ପାରୁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି।

Advertisment

ଯଦିଓ ସେ ରୁଷ ସହ ଯୁଦ୍ଧ ଶେଷ କରିବାକୁ ସମସ୍ତ ପ୍ରକାରର ଗଠନମୂଳକ ସହଯୋଗ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି, କିନ୍ତୁ ସେ ଟ୍ରମ୍ପଙ୍କୁ ବାଦ ଦେଇ ୟୁରୋପୀୟ ନେତାଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି। ପୁଟିନ ଗୋଟିଏ ବ୍ୟାପକ ଶାନ୍ତି ଡିଲ୍‌ ସପକ୍ଷରେ ଥିବା ଟ୍ରମ୍ପ ଫୋନ ଯୋଗେ ଜେଲେନସ୍କିଙ୍କୁ କହିଥିଲେ। ଏହାପରେ ସେ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ସୋମବାର ୱାଶିଂଟନ ଯିବେ ବୋଲି କହିଛନ୍ତି। 

ଫେବୃଆରୀମାନେ ଓଭାଲ ଅଫିସରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ଭେଟଘାଟ ବେଳେ ବେଶ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଘଟଣା ପରେ ସୋମବାର ଜେଲେନସ୍କି ଆମେରିକା ଗସ୍ତ କରିବେ। ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ଆଲାସ୍କା ବୈଠକରେ କୌଣସି ସହମତି ହୋଇନି। ତେବେ ଏହି ବୈଠକ ପରେ ଟ୍ରମ୍ପ ଫୋନ ଯୋଗେ ଜେଲେନସ୍କି ଓ ଅନ୍ୟ ୟୁରୋପୀୟ ନେତାମାନଙ୍କ ସହ କଥା ହୋଇଛନ୍ତି। ଜେଲେନସ୍କିଙ୍କ ସହ ଟ୍ରମ୍ପ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି କଥା ହୋଇଥିବା ଜଣାପଡ଼ିଛି।

Advertisment

ଜେଲେନସ୍କି ଯୁଦ୍ଧ ବିରତି ଅପେକ୍ଷା ଗୋଟିଏ ଦ୍ରୁତ ଶାନ୍ତି ଡିଲ ପାଇଁ ବୁଝାମଣା କରିବେ ବୋଲି ଟ୍ରମ୍ପ ଆଶା ରଖିଛନ୍ତି। ଜେଲେନସ୍କି କହିଛି ସେ ରାଷ୍ଟ୍ରପତିଙ୍କ ସହ ଗୋଟିଏ ଦୀର୍ଘ ଓ ସକାରାତ୍ମକ ଆଲୋଚନା କରିଥିଲେ। ଟ୍ରମ୍ପ ୟୁକ୍ରେନ, ରୁଷ ଓ ଆମେରିକାକୁ ନେଇ ଗୋଟିଏ ତ୍ରିପାକ୍ଷିକ ବୈଠକ ଚାହୁଁଛନ୍ତି। ଏହାକୁ ଜେଲେନସ୍କି ସମର୍ଥନ ମଧ୍ୟ କରିଛନ୍ତି।

ସେ ଏକ୍ସରେ କହିଛନ୍ତି, “ଶାନ୍ତି ପ୍ରତିଷ୍ଠା ପାଇଁ ୟୁକ୍ରେନ ସର୍ବାଧିକ ଉଦ୍ୟମ ପାଇଁ ସବୁ ବେଳେ ପ୍ରସ୍ତୁତ। ସ୍ଥିତିରେ ସୁଧାର ଆସିବା ଦିଗରେ ଆମେରିକା ଶାନ୍ତିର ପ୍ରଭାବ ପଡ଼ିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରମୁଖ ପ୍ରସଙ୍ଗରେ ନେତୃସ୍ତରୀୟ ଆଲୋଚନା ଉପରେ ୟୁକ୍ରେନ ଜୋର ଦେଉଛି। ଏହା ତ୍ରିପାକ୍ଷିକ ଆଲୋଚନା ଦ୍ୱାରା ହିଁ ସମ୍ଭବ।”

ଆମେରିକା ସମେତ ବିଶ୍ୱସନୀୟ ସୁରକ୍ଷା ଗ୍ୟାରେଣ୍ଟି ପାଇଁ ସବୁ ସ୍ତରରେ ୟୁରୋପୀୟ ନେତାମାନଙ୍କ ଉପସ୍ଥିତ ସପକ୍ଷରେ ମଧ୍ୟ ଜେଲେନସ୍କି ଜୋର ଦେଇଛନ୍ତି। ୟୁରୋପୀୟ ନେତାଙ୍କ ଉପସ୍ଥିତି ସମ୍ପର୍କରେ ଜେଲେନସ୍କି ମତ ରଖିବାର ଅର୍ଥ ଟ୍ରମ୍ପଙ୍କ ଉପରେ ତାଙ୍କ ବିଶ୍ୱାସ ନଥିବା ସେ ପରୋକ୍ଷରେ ଇଙ୍ଗିତ କରିଛନ୍ତି।

ପୁଟିନଙ୍କ କଥାରେ ଟ୍ରମ୍ପ ପ୍ରଭାବିତ ହେବାର ଆଶଙ୍କା କରିଛି ୟୁକ୍ରେନ। ଖାସ ଏହି କାରଣ ପାଇଁ ଟ୍ରମ୍ପଙ୍କ ପରେ ଜେଲେନସ୍କି ନାଟୋରେ ଥିବା ୟୁରୋପୀୟ ନେତାମାନଙ୍କ ସହ କଥା ହୋଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ହେବା ପୂର୍ବରୁ ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ଦମ୍ଭୋକ୍ତି କରିଥିଲେ।

ସେ ରାଷ୍ଟ୍ରପତି ହେବାର ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବେ ବୋଲି କହିଥିଲେ। ହେଲେ ୭ ମାସ ହେଲା ସେ ରାଷ୍ଟ୍ରପତି ହୋଇଥିଲେ ହେଁ ପୁଟିନକୁ ଯୁଦ୍ଧ ବନ୍ଦ କରିବାକୁ ରାଜି କରାଇ ପାରି ନାହାନ୍ତି। ଆଲାସ୍କା ବୈଠକରେ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ବୁଝାମଣା ହୋଇପାରିନାହିଁ।

Russia-Ukraine War Donald Trump Volodymyr Zelenskyy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe