Advertisment

ଜେଲେନସ୍କିଙ୍କ ବିଜୟ ପ୍ଲାନ ଶୁଣି କଡ଼ା ଚେତାବନୀ ଦେଲା ରୁଷ

ୟୁକ୍ରେନ ନାଟୋର ୩୩ତମ ସଦସ୍ୟ ହେବାକୁ ଜୋରଦାର ଉଦ୍ୟମ କରୁଛି। ଏହା ଦ୍ୱାରା ନାଟୋ ପକ୍ଷରୁ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ମିଳିବ ଓ ସୁରକ୍ଷା ଗ୍ୟାରେଣ୍ଟୀ ମଧ୍ୟ ନିଶ୍ଚିତ ହେବ।

Volodymyr Zelenskyy

Volodymyr Zelenskyy

Advertisment

ପଶ୍ଚିମ ଦେଶର ସହଯୋଗୀଙ୍କ ଠାରୁ ବେଶ ସକ୍ରିୟ ଭାବେ ନିଜର ବିଜୟ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କି ସହାୟତା ଲୋଡ଼ି ଚାଲିଛନ୍ତି। ରୁଷ ସହ ଚାଲିଥିବା ଯୁଦ୍ଧକୁ ଶେଷ କରିବ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ।

Advertisment

ଏହି ଯୋଜନା ଅନୁସାରେ ୟୁକ୍ରେନ ନାଟୋର ୩୩ତମ ସଦସ୍ୟ ହେବାକୁ ଜୋରଦାର ଉଦ୍ୟମ କରୁଛି। ଏହା ଦ୍ୱାରା ନାଟୋ ପକ୍ଷରୁ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ମିଳିବ ଓ ସୁରକ୍ଷା ଗ୍ୟାରେଣ୍ଟୀ ମଧ୍ୟ ନିଶ୍ଚିତ ହେବ। ଦେଶକୁ ସଶକ୍ତ କରିବା ଓ ରୁଷ ସହ ଆରମ୍ଭ ହୋଇଥିବା ବିବାଦର କୂଟନୀତିକ ସମାଧାନ ଦିଗରେ ସଂକଳ୍ପ ପାରିତ କରିବା ହିଁ ୟୁକ୍ରେନର ଉଦ୍ଦେଶ୍ୟ।

ବ୍ରୁସେଲ୍ସରେ ଆୟୋଜିତ ୟୁରୋପୀୟ ପରିଷଦ ସମ୍ମିଳନୀରେ ଜେଲେନସ୍କି କହିଛନ୍ତି, “ୟୁକ୍ରେନ ପାଖରେ ଆଣବିକ ଯୁଦ୍ଧାସ୍ତ୍ର ରହୁ ଓ ଏହା ଆମର ସୁରକ୍ଷା କବଚ ସାଜିବ। ନଚେତ ଆମେ କିଛି ମେଣ୍ଟରେ ରହିବୁ। ବର୍ତ୍ତମାନ ସମୟରେ ନାଟୋ ବ୍ୟତୀତ ଆଉ କୌଣସି ପ୍ରଭାବୀ ମେଣ୍ଟ ଥିଲା ଭଳି ଲାଗୁ ନାହିଁ। ୟୁକ୍ରେନ ନାଟୋର ସଦସ୍ୟ ହେବା ଦରକାର।”

Advertisment

ଜେଲେନସ୍କିଙ୍କ ଏପରି ବୟାନକୁ କଡ଼ା ବିରୋଧ କରିଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଏ ଦିଗରରେ ଯେ କୌଣସି ପଦକ୍ଷେପର କଡ଼ା ଜବାବ ଦିଆଯିବ। କୌଣସି ବି ପରିସ୍ଥିତିରେ ୟୁକ୍ରେନକୁ ନାଟୋର ସଦସ୍ୟ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ସମ୍ପନ୍ନ ରାଷ୍ଟ୍ର ହେବାକୁ ଅନୁମତି ଦେଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ନାଟୋ ମୁଖ୍ୟ ମାର୍କ ରୁଟ୍ଟେଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜେଲେନସ୍କି ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ “ଆମେ ଆଣବିକ ଯୁଦ୍ଧାସ୍ତ୍ର ତିଆରି କରୁନାହୁଁ। ଆଜି ମୋର କହିବାର ଅର୍ଥ ଥିଲା ଯେ ନାଟୋ ସଦସ୍ୟତା ହେବା ଠାରୁ ଆମ ପାଇଁ ଆଉ କିଛି ବଡ଼ ସୁରକ୍ଷା ଗ୍ୟାରେଣ୍ଟୀ ନାହିଁ।”

୨୦୨୨ ଫେବୃଆରୀ ୧୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଦୁଇ ବର୍ଷରୁ ଅଧିକ ସମୟର ଯୁଦ୍ଧ ମଧ୍ୟରେ ୟୁକ୍ରେନ ଅନେକ କିଛି କ୍ଷତି ସହିଥିଲେ ହେଁ ହାର ମାନିନାହିଁ।

Russia-Ukraine War Ukraine President Volodymyr Zelenskyy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe