Advertisment

ଇତିହାସକୁ ବଦଳାଇଲା ବାଂଲାଦେଶ: ମୁଜିବ ନୁହନ୍ତି, ସ୍ୱାଧୀନତା ଘୋଷଣା କରିଥିଲେ ଜିଆଉର୍‌

ବଙ୍ଗବନ୍ଧୁ ଶେଖ ମୁଜିବୁର ରହମନ ୧୯୭୧ରେ ବାଂଲାଦେଶରେ ସ୍ୱାଧୀନତା ଘୋଷଣା କରିଥିଲେ ବୋଲି ପୂର୍ବରୁ ଇତିହାସରେ ବର୍ଣ୍ଣିତ ଥିଲା।

author-image
Hemant Lenka
Bangladesh

Bangladesh

ବାଂଲାଦେଶର ଅନ୍ତରୀଣ ସରକାର ଦେଶର ଇତିହାସ ବଦଳାଇ ଦେଇଛି। ବାଂଲାଦେଶ ସରକାର ପିଲାଙ୍କ ପାଠ୍ୟ ପୁସ୍ତକରେ ଇତିହାସକୁ ବଦଳାଇ ଦେଇଛନ୍ତି। ବାଂଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମନ ୧୯୭୧ରେ ବାଂଲାଦେଶରେ ସ୍ୱାଧୀନତା ଘୋଷଣା କରିଥିଲେ ବୋଲି ପୂର୍ବରୁ ଇତିହାସରେ ବର୍ଣ୍ଣିତ ଥିଲା। କିନ୍ତୁ ଏବେ ସରକାର ପ୍ରଚଳନ କରିଥିବା ଇତିହାସରେ ଜିଆଉର ରହମନ ୧୯୭୧ରେ ବାଂଲାଦେଶରେ ସ୍ୱାଧୀନତା ଘୋଷଣା କରିଥିଲେ ବୋଲି ଉଲ୍ଲେଖ କରାଯାଇଛି।

Advertisment

ପ୍ରାଥମିକ ଓ ଉଚ୍ଚଶିକ୍ଷାର ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ବହିରେ ଇତିହାସକୁ ନେଇ ଅନେକ ପରିବର୍ତ୍ତନ କରାଯାଇଛି। ପାଠ୍ୟପୁସ୍ତକରେ ମୁଜିବୁର ରହମନଙ୍କ ପାଇଁ ଥିବା ଜାତିର ପିତା ଆଖ୍ୟାକୁ ମଧ୍ୟ ହଟାଇ ଦେଇଛନ୍ତି।

୨୦୨୫ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବହିରେ କୁହାଯାଇଛି ଯେ ୧୯୭୧ ମସିହା ମାର୍ଚ୍ଚ ୨୬ ଜିଆଉର ରହମନ ବାଂଲାଦେଶର ସ୍ୱାଧୀନତା ଘୋଷଣା କରିଥିଲେ। ବଙ୍ଗବନ୍ଧୁ ପକ୍ଷରୁ ସେ ମାର୍ଚ୍ଚ ୨୭ରେ ଆଉ ଏକ ଘୋଷଣା କରିଥିଲେ।

Advertisment

ପୂର୍ବରୁ ଥିବା ଇତିହାସରେ ସତ୍ୟତା ନଥିଲା। ଏହାକୁ ଜାଣିଶୁଣି ଇତିହାସରେ ସ୍ଥାନ ଦିଆଯାଇଥିଲା ବୋଲି ଏହା ପଛରେ ଥିବା ତଥାକଥିତ ଲେଖକ ଓ ଗବେଷକ ରଖାଲ ରାହ କହିଛନ୍ତି।

ଏଥିରେ କୁହାଯାଇଛି ଯେ ପାଠ୍ୟପୁସ୍ତକରେ ଥିବା ତଥ୍ୟକୁ ଯାଞ୍ଚ କରିଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଶେଖ ମୁଜିବୁର ରହମାନ ସ୍ୱାଧୀନତା ସମ୍ପର୍କରେ ୱେୟାରଲେସ ମେସେଜରେ କୌଣସି ସତ୍ୟତା ନାହିଁ। କାରଣ ପାକିସ୍ତାନ ଆର୍ମି ତାଙ୍କୁ ଗିରଫ କରିଥିଲା ବେଳେ ସେପରି କିଛି ଘଟଣା ଘଟିନାହିଁ। ତେଣୁ ଏହି କଥାକୁ ଗବେଷକମାନେ ବହିରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମସ୍ତେ ପୂର୍ବରୁ ବିଶ୍ୱାସ କରୁଥିଲେ ଯେ ମୁଜିବୁରଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଆର୍ମି ମେଜର ଜିଆଉର ରହମନ ସ୍ୱାଧୀନତାର ଘୋଷଣାପତ୍ର ପଢ଼ିଥିଲେ। ତେଣୁ ତାଙ୍କର କୌଣସି ପ୍ରକାରର ଭୂମିକା ନାହିଁ।

Bangladesh