Advertisment

ମୁଁ ଡରୁନି କି ଡରୁଆ ବିଧାୟକ ନୁହେଁ: ମକରନ୍ଦ ମୁଦୁଲି

ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। କୌଣସି ଦଳରୁ ନୁହେଁ, ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଜିତିଛନ୍ତି ନିର୍ବାଚନ। ସବୁଠାରୁ ବଡ଼ କଥା ହେଉଛି, ସେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍‌ ବିହାରୀ ହିମିରିକାଙ୍କୁ ହରାଇଛନ୍ତି। ଏହା ସହିତ ମକରନ୍ଦ ମୁଦୁଲି ହେଉଛନ୍ତି ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ବିଧାୟକ। ‘ଓଟିଭି’ର ‘ଖୋଲାକଥା’ କାର୍ଯ୍ୟକ୍ରମକୁ ଆସିଥିବା ଅବସରରେ ସେ ନିର୍ବାଚନ ସମ୍ପର୍କିତ ଅନେକ କଥା କହିଥିଲେ। ବିଶେଷ କରି ମାତ୍ର ୧୫ ହଜାର ଟଙ୍କାରେ ସେ କିପରି […]

ଅଦ୍ୟତନ ହୋଇଛି
ମୁଁ ଡରୁନି କି ଡରୁଆ ବିଧାୟକ ନୁହେଁ: ମକରନ୍ଦ ମୁଦୁଲି

makaranda4

Advertisment

ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। କୌଣସି ଦଳରୁ ନୁହେଁ, ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଜିତିଛନ୍ତି ନିର୍ବାଚନ। ସବୁଠାରୁ ବଡ଼ କଥା ହେଉଛି, ସେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍‌ ବିହାରୀ ହିମିରିକାଙ୍କୁ ହରାଇଛନ୍ତି। ଏହା ସହିତ ମକରନ୍ଦ ମୁଦୁଲି ହେଉଛନ୍ତି ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ବିଧାୟକ। ‘ଓଟିଭି’ର ‘ଖୋଲାକଥା’ କାର୍ଯ୍ୟକ୍ରମକୁ ଆସିଥିବା ଅବସରରେ ସେ ନିର୍ବାଚନ ସମ୍ପର୍କିତ ଅନେକ କଥା କହିଥିଲେ। ବିଶେଷ କରି ମାତ୍ର ୧୫ ହଜାର ଟଙ୍କାରେ ସେ କିପରି ନିର୍ବାଚନ ଲଢ଼ିଛନ୍ତି, ସେ ଅନୁଭୂତି କହିଥିଲେ।  ଏଠାରେ ତାଙ୍କର ସେହି ସାକ୍ଷାତକାରର କିଛି ଅଂଶ ଦିଆଯାଇଛି।

Advertisment

ପ୍ରଶ୍ନ: ଏଡିଆର୍‌ ରିପୋର୍ଟ ଅନୁଯାୟୀ, ଆପଣଙ୍କ ଆକାଉଣ୍ଟରେ ମାତ୍ର ୧୫ ହଜାର ଟଙ୍କା ଥିଲା। ତାହା ଅଛି ନା ସରିଯାଇଛି ?
ଉତ୍ତର: ୧୫ ହଜାର ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୋଇଯାଇଛି। ଲୋକଙ୍କ ସହିତ ରହିଛି। ଛାତ୍ର ଜୀବନରୁ ଲୋକଙ୍କ ସେବା କରି ଆସୁଛି। ସୁବିଧା ଅସୁବିଧାରେ ଲୋକଙ୍କ ପାଖରେ ପହଞ୍ଚିଥାଏ। ଏହା ହିଁ ମୋର ପୁଞ୍ଜି।

ପ୍ରଶ୍ନ: ଆପଣଙ୍କ ପ୍ରତିଦ୍ୱନ୍ଦୀ କୋଟିପତି ଥିଲେ। ଆପଣ ନିଜ କର୍ମୀକୁ କେମିତି ମ୍ୟାନେଜ୍‌ କରୁଥିଲେ?
ଉତ୍ତର: ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ଗାଁର ଲୋକେ ଟଙ୍କା ଦେଇଥିଲେ। ଲୋକଙ୍କ ଭଲ ପାଇବା ଯୋଗୁ ନିର୍ବାଚନ ଜିତି ପାରିଛି।

Advertisment

ପ୍ରଶ୍ନ: ୨୦୧୪ ମସିହାରେ ଆପଣ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲା। ଏଥର କଂଗ୍ରେସ କାହିଁକି ଆପଣଙ୍କୁ ଟିକଟ୍‌ ଦେଲେ ନାହିଁ?
ଉତ୍ତର: କଂଗ୍ରେସ ଦଳ ବିଜୟୀ ପ୍ରାର୍ଥୀଙ୍କୁ ନେବାକୁ ଚାହିଁଲା ନାହିଁ। ତେଣୁ ଲୋକଙ୍କ ନିଷ୍ପତ୍ତି ଅନୁସାରେ ମୁଁ ବିଜୟୀ ହୋଇଛି।

ପ୍ରଶ୍ନ: ରାଜନୀତିରେ ରହି ଆପଣ ପରିବାର ପ୍ରତି ଅନ୍ୟାୟ କରିଛନ୍ତି କି ?
ଉତ୍ତର: ମୁଁ ମୋ ପରିବାର ପ୍ରତି ନିଶ୍ଚିତ ଅନ୍ୟାୟ କରିଛି। ସେମାନେ କୁଲି, ମଜୁରି କରି ଚଳନ୍ତି। ସମାଜରେ ଲୋକଙ୍କର ସେବା କରିବା ସହିତ ପରିବାରକୁ ମଧ୍ୟ ସାହାଯ୍ୟ କରିବି।

ପ୍ରଶ୍ନ: ରାଜନୀତିରେ କାହାଠୁ ପ୍ରେରଣା ପାଇଛନ୍ତି?
ଉତ୍ତର: ରାଜନୀତି କରିବା ପାଇଁ ମୋତେ ବ୍ୟକ୍ତିଗତ ଭାବେ କେହି ପ୍ରେରଣା ଦେଇ ନାହାନ୍ତି। ଛାତ୍ର ଜୀବନରୁ ମୁଁ ରାଜନୀତି ସହିତ ଜଡ଼ିତ ଥିଲି। ହଷ୍ଟେଲ୍‌ରେ ଥିବା ସମୟରେ ବଡ଼ ଭାଇମାନଙ୍କଠାରୁ ମୁଁ ରାଜନୀତିର ପ୍ରେରଣା ପାଇଥିଲି। କିନ୍ତୁ ବିଧାୟକ ହେବି ବୋଲି କେବେ ଚିନ୍ତା କରି ନଥିଲି।

ପ୍ରଶ୍ନ: ଆପଣଙ୍କୁ ଲାଗୁଛି କି ନିର୍ବାଚନ ଜିତିବା ପାଇଁ ଟଙ୍କା ଅପରିହାର୍ଯ୍ୟ ?
ଉତ୍ତର: ଜିତିବା ପାଇଁ ଟଙ୍କାର ଆବଶ୍ୟକତା ପଡ଼େ ନାହିଁ। ଯଦି ଆପଣ ଗ୍ରାସ୍‌ ରୁଟ୍‌ ଲେବଲ୍‌ରେ ଲୋକଙ୍କ ସହିତ ରହିବେ, ତେବେ ସେମାନେ ହିଁ ସଂଗଠନ ତିଆରି କରିବେ ଏବଂ ଆପଣଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ। ମୋର ପୁଞ୍ଜି ହେଉଛନ୍ତି ଜନତା।

ପ୍ରଶ୍ନ: ଆପଣ ଶିଳ୍ପାୟନର ବିରୋଧୀ?
ଉତ୍ତର: ମୁଁ ଶିଳ୍ପାୟନର ବିରୋଧୀ ନୁହେଁ। କିନ୍ତୁ ଶିଳ୍ପ ତିଆରି କରିବା ପାଇଁ ସରକାର ଯେଉଁ ଆଦିବାସୀଙ୍କୁ ବିସ୍ଥାପିତ କରୁଛନ୍ତି, ସେମାନଙ୍କ କଥା ଆଉ ପରେ ଚିନ୍ତା କରୁନାହାନ୍ତି। ଆଜି ବି ବିସ୍ଥାପିତ ଏକ ସମସ୍ୟା ହୋଇ ରହିଛି। ଏହାର ଏକ ଉଦାହରଣ ହେଉଛି, ଇନ୍ଦ୍ରାବତୀ ଡ୍ୟାମ୍‌। ଇନ୍ଦ୍ରାବତୀ ଡ୍ୟାମ୍‌ ନିର୍ମାଣ ପାଇଁ ଅନେକ ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ସରକାର ଜମି ଯୋଗାଇ ନଥିଲେ। ମୁଁ ଏହାର ବିରୋଧୀ।

ପ୍ରଶ୍ନ: ଆପଣଙ୍କ ପାଖରେ ଦଳ ନାହିଁ, ବିଧାନସଭାରେ ଏକାକୀ କେମିତି ଲଢ଼ିବେ ?
ଉତ୍ତର: ବିଧାନସଭା ସରକାର ମୋ କଥା ନ ଶୁଣିଲେ ମୁଁ ବିଧାନସଭା ବାହାରେ ଶୁଣାଇବି। ନ ହେଲେ ଆନ୍ଦୋଳନ କରିବି। ମୁଁ ଡରୁନି କି ଡରୁଆ ବିଧାୟକ ମଧ୍ୟ ନୁହେଁ।

ପ୍ରଶ୍ନ: ଆପଣ ଅନେକ ପ୍ରକାର ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ନିଶା ବିରୋଧୀ ଆନ୍ଦୋଳନରେ କାହିଁକି କେବେ ସାମିଲ ହୋଇନାହାନ୍ତି, ଯାହ ଆଦିବାସୀଙ୍କ ସବୁଠୁ ବଡ଼ ସମସ୍ୟା?
ଉତ୍ତର: ମୋ ପରିବାର ଏବଂ ସମାଜ ସମସ୍ତେ ମଦରେ ବୁଡ଼ି ରହିଛନ୍ତି। ଆଗକୁ ମଦ ବିରୋଧରେ ଆନ୍ଦୋଳନ କରିବି ଏବଂ ସଚେତନ କରାଇବି।

ପ୍ରଶ୍ନ: ଆପଣ କାହିଁକି ବାହା ହେଲେନି?
ଉତ୍ତର: ସମାଜ ସେବାରେ ସମୟ ପଳେଇଲା। ବିବାହ କଥା ଚିନ୍ତା କଲି ନାହିଁ।

ପ୍ରଶ୍ନ: ସୁଯୋଗ ମିଳିଲେ ଆଦିବାସୀ ଅଞ୍ଚଳରେ କ’ଣ ବନ୍ଦ କରିବେ ?
ଉତ୍ତର: ସୁଯୋଗ ମିଳିଲେ ଆଦିବାସୀ ଅଞ୍ଚଳରେ ମଦ ବନ୍ଦ କରିବି।

ପ୍ରଶ୍ନ: ସୁଯୋଗ ମିଲିଲେ କେଉଁ ଦଳରେ ଯୋଗ ଦେବେ ?
ଉତ୍ତର: ସେ ବିଷୟରେ ମୁଁ ଚିନ୍ତା କରିନାହିଁ।

ପ୍ରଶ୍ନ: ନେତୃତ୍ୱ ନେବାର ପ୍ରେରଣା କେଉଁଠୁ ପାଇଛନ୍ତି ?
ଉତ୍ତର: ନେତୃତ୍ୱ ନେବାର ପ୍ରେରଣା ମୁଁ ବି.ଆର୍‌ ଆମ୍ୱେଦକରଙ୍କଠାରୁ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe