Advertisment

'ଶପଥ ନନେଇ ସରକାର ଭଳି କାମ କରୁଛନ୍ତି ୫-ଟି ଅଧ୍ୟକ୍ଷ'

୫-ଟି ଅଧ୍ୟକ୍ଷ ସମ୍ବିଧାନ ଅନୁସାରେ ଅନ୍ୟ ମନ୍ତ୍ରୀମାନଙ୍କ ପରି ସରକାରୀ ଗୋପନୀୟତାର ଶପଥପାଠ କରିନାହାନ୍ତି। ଅଥଚ ତାଙ୍କ ଅଧୀନରେ ରହିଛି ପ୍ରାୟ ସବୁ ମନ୍ତ୍ରୀଙ୍କ ବିଭାଗ। ୫-ଟି ଅଧ୍ୟକ୍ଷଙ୍କୁ ମିଳିଛି କ୍ୟାବିନେଟ୍‌ ପାହ୍ୟା। ମାତ୍ର ସେ ମନ୍ତ୍ରୀ ନୁହନ୍ତି।

author-image
Manoj Swain

ଭୁବନେଶ୍ୱରରୁ ପୁଣି ଥରେ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ ଏବଂ ତାଙ୍କ ବିପକ୍ଷରେ ଅଛନ୍ତି ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ତେବେ ଏଥର କେମିତି ହେବ ଫାଇଟ୍। ବିଜେଡିକୁ ନେଇ ଅପରାଜିତାଙ୍କର କଣ ରହିଛି ମତ। କିଏ ଉଠାଇଥିଲା ମେଣ୍ଟ କଥା। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାର ଦେବା ଅବସରରେ ସେ ପ୍ରଶ୍ନ କରିଛନ୍ତି, ଏ ୫-ଟି କ’ଣ? ଏହା କିପରି ରାଜ୍ୟର ସମସ୍ତ ଗୋପନୀୟ ତଥ୍ୟ ଓ ସୂଚନାର ଅଧିକାରୀ ହୋଇପାରିଛନ୍ତି? ୫-ଟି ଅଧ୍ୟକ୍ଷ ସମ୍ବିଧାନ ଅନୁସାରେ ଅନ୍ୟ ମନ୍ତ୍ରୀମାନଙ୍କ ପରି ସରକାରୀ ଗୋପନୀୟତାର ଶପଥପାଠ କରିନାହାନ୍ତି। ଅଥଚ ତାଙ୍କ ଅଧୀନରେ ରହିଛି ପ୍ରାୟ ସବୁ ମନ୍ତ୍ରୀଙ୍କ ବିଭାଗ। ୫-ଟି ଅଧ୍ୟକ୍ଷଙ୍କୁ ମିଳିଛି କ୍ୟାବିନେଟ୍‌ ପାହ୍ୟା। ମାତ୍ର ସେ ମନ୍ତ୍ରୀ ନୁହନ୍ତି।

Advertisment
Odisha Bjp Aparajita Sarangi