Advertisment

କାହିଁକି ଦଳ ଛାଡ଼ିଲେ ଅରିନ୍ଦମ ?

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହେଉଛନ୍ତି ଅରିନ୍ଦମ ରାୟ।

author-image
Manoj Swain

କାହିଁକି ଦଳ ଛାଡ଼ିଲେ ଅରିନ୍ଦମ ? ଦଳ ଛାଡ଼ିବା ପୂର୍ବରୁ ବବିଙ୍କୁ ପଚାରିଥିଲେ କି ? ବିଜେପିରେ ମିଶିବା ପରେ ଅରିନ୍ଦମଙ୍କୁ କଣ କହିଲେ ବବି ? ଏବେ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ? ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହେଉଛନ୍ତି ଅରିନ୍ଦମ ରାୟ। ଦଳରେ ତାଙ୍କୁ ଉପେକ୍ଷିତ କରାଯାଉଥିଲା ? ଯେହେତୁ ସେ ପଲିଟିକାଲ ବ୍ୟାକଗ୍ରାଉଣ୍ଡରୁ ଆସି ନାହାଁନ୍ତି ତେଣୁ ତାଙ୍କୁ ଅଣଦେଖା କରାଯାଉଥିଲା। ଏହା ବ୍ୟତୀତ ସେ ଦଳର ମୁଖିଆଙ୍କୁ ଭେଟି ପାରନ୍ତି ନାହିଁ। ସେଥିପାଇଁ ତାଙ୍କ ମନରେ ଅନେକ କ୍ଷୋଭ। ଅରିନ୍ଦମ ଖୋଲା ଚ୍ୟାଲେଞ୍ଜ ଦେଇ କହିଲେ, ମାଗଣାରେ ଦଳ ପାଇଁ କିଏ କାମ କରି ଦେଖାନ୍ତୁ। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ ଖୋଲି ସବୁ କହିଲେ, ସିନେ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp