Advertisment

'ବିଜୁ କହୁଥିଲେ ହାତରେ ମାର, ନବୀନ କହୁଛନ୍ତି ମୁଣ୍ଡିଆ ମାର'

ବିଜୁ ବାବୁ କହୁଥିଲେ ଅଫିସର କାମ ନ କଲେ ତାଙ୍କୁ ମାଡ଼ ମାର। ହେଲେ ନବୀନ ବାବୁଙ୍କ କଥା ପୂରା ଓଲଟା। ନବୀନ ବାବୁ କହୁଛନ୍ତି ଅଫିସରଙ୍କ ଗୋଡ଼ ଧର।

author-image
Manoj Swain

ବିଜେଡି ଛାଡ଼ି ଦଳର ପୁରୁଖା ନେତା ବଳଭଦ୍ର ମାଝି ହାତ ଧରିଛନ୍ତି। ତେବେ ହାତ ଧରିବା ପଛରେ ରହିଛି ତାଙ୍କର ଏକ ଆକ୍ରୋଶ। ନବୀନଙ୍କୁ ଭେଟି ନ ପାରିବାର ଦୁଃଖ। ଆରମ୍ଭ ବେଳର ବିଜେଡି ଓ ଏବେକାର ବିଜେଡି ମଧ୍ୟରେ ସେ ଦେଖିଛନ୍ତି ଆକାଶ ପାତାଳର ତଫାତ। ବିଜୁ ବାବୁଙ୍କ ସମୟର ଲୋକ ବଳଭଦ୍ର ମାଝି। ବିଜୁ ବାବୁ କହୁଥିଲେ ଅଫିସର କାମ ନ କଲେ ତାଙ୍କୁ ମାଡ଼ ମାର। ହେଲେ ନବୀନ ବାବୁଙ୍କ କଥା ପୂରା ଓଲଟା। ନବୀନ ବାବୁ କହୁଛନ୍ତି ଅଫିସରଙ୍କ ଗୋଡ଼ ଧର। ଏଭଳି କହି ବିଜେଡି ସୁପ୍ରିମୋଙ୍କୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ନେତା ବଳଭଦ୍ର ମାଝି।

Advertisment
Odisha Naveen Patnaik