ବିଜୁ କହୁଥିଲେ ହାତରେ ମାର, ନବୀନ କହୁଛନ୍ତି ମୁଣ୍ଡିଆ ମାର | Exclusive Interview With Balabhadra Majhi । OR
ବିଜେଡି ଛାଡ଼ି ଦଳର ପୁରୁଖା ନେତା ବଳଭଦ୍ର ମାଝି ହାତ ଧରିଛନ୍ତି। ତେବେ ହାତ ଧରିବା ପଛରେ ରହିଛି ତାଙ୍କର ଏକ ଆକ୍ରୋଶ। ନବୀନଙ୍କୁ ଭେଟି ନ ପାରିବାର ଦୁଃଖ। ଆରମ୍ଭ ବେଳର ବିଜେଡି ଓ ଏବେକାର ବିଜେଡି ମଧ୍ୟରେ ସେ ଦେଖିଛନ୍ତି ଆକାଶ ପାତାଳର ତଫାତ। ବିଜୁ ବାବୁଙ୍କ ସମୟର ଲୋକ ବଳଭଦ୍ର ମାଝି। ବିଜୁ ବାବୁ କହୁଥିଲେ ଅଫିସର କାମ ନ କଲେ ତାଙ୍କୁ ମାଡ଼ ମାର। ହେଲେ ନବୀନ ବାବୁଙ୍କ କଥା ପୂରା ଓଲଟା। ନବୀନ ବାବୁ କହୁଛନ୍ତି ଅଫିସରଙ୍କ ଗୋଡ଼ ଧର। ଏଭଳି କହି ବିଜେଡି ସୁପ୍ରିମୋଙ୍କୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ନେତା ବଳଭଦ୍ର ମାଝି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us