ପ୍ରାୟ ପ୍ରତିଦିନ ସରକାର ଘୋଷଣା କରୁଛନ୍ତି ନୂଆ ନୂଆ ସ୍କିମ୍ । ଛାତ୍ରଙ୍କଠୁ ଆରମ୍ଭ କରି ମିଶନଶକ୍ତି ମା’ଙ୍କ ଯାଏଁ, ମମତା ଯୋଜନାଠୁ ଆରମ୍ଭ କରି ନୂଆ-ଓ ଛାତ୍ର ବୃତ୍ତି। ଘୋଷଣା ହେଉଛି କୋଟି କୋଟି ଟଙ୍କା। ତେବେ ଏହି ଘୋଷଣା, ଆମ ଅର୍ଥନୀତି ଉପରେ କଣ ପ୍ରଭାବ ପକାଇବ ? ଚାରି ମାସ ପାଇଁ ସରକାର ଆଣିଥିଲେ ବଜେଟ୍ । ନୂଆ ସରକାର ଆସିବା ପରେ ପୁଣି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ସରକାରଙ୍କ ଏ ଘୋଷଣା ଆମ ବଜେଟ୍କୁ ବିଗାଡ଼ି ଦେବନି ତ ? ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।