ଓଡ଼ିଶାର ନେତୃତ୍ୱ ଓଡ଼ିଆ ନେତା ନିଅନ୍ତୁ | ‘A son of the soil should lead Odisha’: S Jaishankar | OR
ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଭୁବନେଶ୍ୱରରେ ଆୟୋଜିତ ସମ୍ପାଦକ ସମ୍ମିଳନୀରେ ସେ ଭାଗ ନେଇଥିଲେ। ଗତକାଲି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଥିଲେ, ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ପ୍ରତିଭାରେ ଭରପୂର ରହିଛି। କ’ଣ ନାହିଁ ଓଡ଼ିଶାରେ ? କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ ହୋଇଛି କି ? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି ? ଓଡ଼ିଶାର କଳା ଓ ସଂସ୍କୃତି କେତେ ସମୃଦ୍ଧ, ତାହା କହିବା ଅନାବଶ୍ୟକ । କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯିବା ତା’ର ନିଦର୍ଶନ। ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଣାର୍କ ଚକ୍ରକୁ କାହିଁକି ବାଛିଲେ ? କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us