ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ। କହିଲେ, ନବୀନଙ୍କୁ 25 ବର୍ଷ ଦେଲେ ଓଡ଼ିଶାବାସୀ କିନ୍ତୁ ସେ ପାଣ୍ଡିଆନଙ୍କୁ ଆବିଷ୍କାର କଲେ । ବିଜୁ ପଟ୍ଟନାୟକ ଆଜି ବଞ୍ଚିଥିଲେ, ସେ ଜଗନ୍ନାଥ ମନ୍ଦିରରେ କ୍ଷମା ମାଗିଥାନ୍ତେ । ତାଙ୍କ ଆତ୍ମା ଯେଉଁଠି ଥିଲେ ବି କାନ୍ଦୁଥିବ। ପାଣ୍ଡିଆନଙ୍କ ଭଳି ଅନେକ ଅଫିସର ଆସିବେ ଯିବେ । କିନ୍ତୁ ଏଠି ମାଇକ ଧରିବେ ପାଣ୍ଡିଆନ ଆଉ କହିବେ ନବୀନ। ଏମିତି କହି ଭିକେ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆଟାକ କଲେ ବିପ୍ଳବ ଦେବ। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ଅସଲ ମୁଖା ଖୋଲିଦେଲେ ବିପ୍ଳବ ଦେବ।