କାହିଁକି ବିଜେଡି ଛାଡ଼ିଲେ ଦେବାଶିଷ ନାୟକ ?

ଶ୍ରୀ ନାୟକ ଲାଗାତାର ଭାବେ ବରୀ ନିର୍ବାଚନମଣ୍ଡଳୀର ୨୦୦୦ରୁ ୨୦୦୪, ୨୦୦୪ରୁ ୨୦୦୯, ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏପରିକି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ମଧ୍ୟ ହୋଇଥିଲେ।

Manoj Swain
  • Published: Sunday, 24 March 2024
  • Updated: 24 March 2024, 01:12 PM IST

Sports

Latest News

ଯିଏ ଦିନେ ବିଜୁ ପଟ୍ଟନାୟକଙ୍କ ଖାସ ଅନୁଗତ ଥିଲେ, ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ । କିନ୍ତୁ କାହିଁକି ? ନାଁ ନ ନେଇ ବରିଷ୍ଠ ନେତା ଦେବାଶିଷ ନାୟକ କହିଲେ, ଏବେ ବିଜୁ ପଟ୍ଟନାୟକଙ୍କ ଫଟୋକୁ ଗୁରୁତ୍ବ ଦିଆଯାଉ ନାହିଁ। ବରଂ ଆଉ କାହା ଫଟୋକୁ ଗୁରୁତ୍ବ ଦିଆଯାଉଛି । ଶ୍ରୀ ନାୟକ ଲାଗାତାର ଭାବେ ବରୀ ନିର୍ବାଚନମଣ୍ଡଳୀର ୨୦୦୦ରୁ ୨୦୦୪, ୨୦୦୪ରୁ ୨୦୦୯, ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏପରିକି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ତେବେ କାହିଁକି ବିଜେଡି ଛାଡ଼ିଲେ ଯାଜପୁର ଜିଲ୍ଲାର ଟାଣୁଆ ନେତା ଦେବାଶିଷ ନାୟକ ? ବିଜେଡି ଦଳ ଭିତରେ କଣ ଚାଲିଛି ? କାହା ନିର୍ଦ୍ଦେଶରେ ଦଳ ପରିଚାଳିତ ହେଉଛି ? ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଦେବାଶିଷ ନାୟକ କହିଲେ, ନିଜ ମନର କଥା । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos