ସହିଦ ବାଜି ରାଉତଙ୍କର କଥା କିଏ ନ ଜାଣିଛି। ହେଲେ ସେ ଘଟଣାକୁ ଦେଖିଥିବା ଜଣେ ଲୋକ ଏବେ ବି ଜୀବୀତ ଅଛନ୍ତି । ତାଙ୍କ ନାଁ କାହ୍ନୁଚରଣ ମଲ୍ଲିକ। ଘର ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର। ଆମକୁ ସେ କହିଛନ୍ତି କେତେ ହୃଦୟ ବିଦାରକ ଥିଲା ସେ ସମୟର ଘଟଣା । କେମିତି ଇଂରେଜମାନେ ଗୁଳି କରି ମାରିଦେଲେ ତାଙ୍କ ସାଙ୍ଗ ବାଜିଆକୁ ।