୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ପଦ୍ମଶ୍ରୀ ଲାଗି ମନୋନୀତ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଛନ୍ତି। ପଟ୍ଟଚିତ୍ର ଓ ଲୋକକଳା ଶିଳ୍ପୀ ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ନିଜ ଅଜାଙ୍କ ଠାରୁ ପଟ୍ଟଚିତ୍ର ଆଙ୍କିବା ଶିଖିଥିଲେ। ଓଡିଶାର କଳା, ଇତିହାସ ଓ ସଂସ୍କୃତିକୁ ପଟ୍ଟଚିତ୍ର ଶିଳ୍ପୀ ଭାବେ ବିଶ୍ୱ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ତାଙ୍କର ବେଶ ଅବଦାନ ରହିଛି। ସେହିଭଳି ଅଉ ତିନି ଜଣ ବ୍ୟକ୍ତି ହେଲେ, ଗଞ୍ଜାମ ଜିଲ୍ଲାର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ, ବରଗଡ଼ର ଶବ୍ଦନୃତ୍ୟ ଓ ଲୋକନୃତ୍ୟ ଗୁରୁ ଭାଗବତ ପ୍ରଧାନ ଏବଂ ସମ୍ବଲପୁର ଲୋକଗୀତ ରଚୟିତା ବିନୋଦ କୁମାର ପଶାୟତଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏନେଇ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’