ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

  • Published: Friday, 26 January 2024
  • , Updated: 26 January 2024, 06:13 PM IST

୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ପଦ୍ମଶ୍ରୀ ଲାଗି ମନୋନୀତ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଛନ୍ତି। ପଟ୍ଟଚିତ୍ର ଓ ଲୋକକଳା ଶିଳ୍ପୀ ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ନିଜ ଅଜାଙ୍କ ଠାରୁ ପଟ୍ଟଚିତ୍ର ଆଙ୍କିବା ଶିଖିଥିଲେ। ଓଡିଶାର କଳା, ଇତିହାସ ଓ ସଂସ୍କୃତିକୁ ପଟ୍ଟଚିତ୍ର ଶିଳ୍ପୀ ଭାବେ ବିଶ୍ୱ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ତାଙ୍କର ବେଶ ଅବଦାନ ରହିଛି। ସେହିଭଳି ଅଉ ତିନି ଜଣ ବ୍ୟକ୍ତି ହେଲେ, ଗଞ୍ଜାମ ଜିଲ୍ଲାର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ, ବରଗଡ଼ର ଶବ୍ଦନୃତ୍ୟ ଓ ଲୋକନୃତ୍ୟ ଗୁରୁ ଭାଗବତ ପ୍ରଧାନ ଏବଂ ସମ୍ବଲପୁର ଲୋକଗୀତ ରଚୟିତା ବିନୋଦ କୁମାର ପଶାୟତଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏନେଇ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

 

Related story