ଭାରତ ପାକିସ୍ତାନ ବିଭାଜନ ଆଜି ପର୍ଯ୍ୟନ୍ତ ଏକ ଦୁଃଖଦ ଘଟଣା ହୋଇ ରହିଛି । ଯେଉଁମାନେ ପାକିସ୍ତାନରେ ଥିଲେ ସେମାନେ ଭାରତ ଆସିଲେ ଏବଂ ଯେଉଁମାନେ ଭାରତରେ ଥିଲେ ସେମାନେ ପାକିସ୍ତାନ ଗଲେ । ପାକିସ୍ତାନରୁ ଭାରତ ଫେରିବାବେଳେ ଅନେକ ହୃଦୟ ବିଦାରକ ଘଟଣା ଘଟିଛି । ଅନେକ ଲୋକଙ୍କର ଧନ ଜୀବନ ନଷ୍ଟ ହୋଇଛି । ଏମିତି ଜଣେ ବ୍ୟକ୍ତ ହେଉଛନ୍ତି ଭୁବନେଶ୍ବରର ରିଷି ଦେବ ବାତ୍ରା । ପାକିସ୍ତାନରେ ରହୁଥିବା ରିଷିଙ୍କ ପରିବାର ୧୯୪୭ ମସିହାର ବିଭାଜନ ବେଳେ ପାକିସ୍ତାନ ଛାଡି ଚାଲି ଆସିଥିଲେ ଭାରତ ।