ରାଜ୍ୟରେ ଆଳୁ ସଙ୍କଟ ନବୀନ ଓ ମମତାଙ୍କର ମିଳିତ ସୃଷ୍ଟି। ବଙ୍ଗାଳରେ ଚାଷୀ ଆନ୍ଦୋଳନ କଲେ, ଦିଦି ଟ୍ରକ ଛାଡ଼ିବାକୁ ବାଧ୍ୟ ହେଲେ। ଦୁଇବର୍ଷ ପରେ ଆମକୁ ଆଉ ଅନ୍ୟ ରାଜ୍ୟ ଉପରେ ଆଳୁ ଓ ପିଆଜ ପାଇଁ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି ପାଣ୍ଡିଆନଙ୍କ ଯୋଗୁ ବିଜେଡିର ଏହି ବିପର୍ଯ୍ୟୟ । ଯଦି ବିଜେଡି ପାଣ୍ଡିଆନଙ୍କୁ ଜାବୁଡ଼ି ଧରେ ତେବେ ଦଳ ଆହୁରି ତଳକୁ ତଳକୁ ଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।