ତମ ମନ୍ତ୍ରୀ କିଏ ? କେଉଁ ମନ୍ତ୍ରୀଙ୍କ ଅଧିନରେ ଅଛି ଶିକ୍ଷା ବିଭାଗ ? ପ୍ରଶ୍ନଟି ସହଜ ଲାଗୁଥିଲେ ବି ଏବେ ଲୋକଙ୍କ ପାଇଁ ଭାରି ଅଡୁଆ ହୋଇ ପଡିଛି । କାରଣ ରାଜ୍ୟବାସୀ ଭୁଲିଗଲେଣି କିଏ ତାଙ୍କ ମନ୍ତ୍ରୀ, କିଏ ତାଙ୍କ ଜନପ୍ରତିନିଧୀ। ସବୁଠାରୁ ଆଶ୍ଟର୍ଯ୍ୟର କଥା, ଯେଉଁ ସଂଗଠନଗୁଡିକ ବିଭିନ୍ନ ଦାବୀ ନେଇ ଧାରଣାକୁ ଓହ୍ଲାଉଛନ୍ତି, ସେମାନଙ୍କୁ ବି ଜଣା ନାହିଁ, ତାଙ୍କ ବିଭାଗର ମନ୍ତ୍ରୀଙ୍କ ନାଁ କଣ।