Calcutta High Court
ପଶ୍ଚିମବଙ୍ଗ ସରକାରୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ରାଜ୍ୟ ଉଚ୍ଚ ନ୍ୟାୟାଳୟ। ଆଜି ଅଦାଲତ ଏ ଉପରେ ଶୁଣାଣି କରି ୨୦୧୬ ନିଯୁକ୍ତି ପ୍ୟାନେଲକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରି ଦେଇଛନ୍ତି। ଯାହା ଫଳରେ ୨୪,୦୦୦ ଜଣଙ୍କ ଚାକିରି ରଦ୍ଦ ହୋଇଯାଇଛି।
କେବଳ ଏତିକି ନୁହେଁ ଚାକିରି ପାଇଥିବା ବ୍ୟକ୍ତିଙ୍କୁ ଚାରି ସପ୍ତାହ ମଧ୍ୟରେ ଦରମା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
ଆଜି କଲିକତା ହାଇକୋର୍ଟ ଚାକିରି ଦୁର୍ନୀତି ମାମଲାର ଶୁଣାଣି କରିଥିଲେ। ଜଷ୍ଟିସ ଦେବଙ୍ଗସୁ ବାସକ ଏବଂ ଏମ.ଡି ଶବର ରଶିଦିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୨୦୧୬ ନିଯୁକ୍ତି ପ୍ୟାନେଲକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରି ଦେଇଛନ୍ତି।
ଶୁଣାଣି ସମୟରେ କୋର୍ଟ କହିଛନ୍ତି, ବେଆଇନ ଭାବେ ନିଯୁକ୍ତି ପାଇଥିବା ସ୍କୁଲ ଶିକ୍ଷକମାନଙ୍କୁ (ଖାଲି OMR ସିଟ୍) ଚାରି ସପ୍ତାହ ମଧ୍ୟରେ ଦରମା ଫେରସ୍ତ କରିବାକୁ ପଡିବ। ଏହି ଶିକ୍ଷକମାନଙ୍କଠାରୁ ଜିଲ୍ଲା ମାଜିଷ୍ଟ୍ରେଟ ଟଙ୍କା ସଂଗ୍ରହ କରିବେ।
ଏଥିସହ କୋର୍ଟ ମଧ୍ୟ ୨୩ ଲକ୍ଷ OMR ସିଟ୍ (ପରୀକ୍ଷା ଖାତାର) ପୁନଃ ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବାତିଲ ହୋଇଥିବା ନିଯୁକ୍ତି ପ୍ୟାନେଲରେ ୨୦୧୬ରେ ଚାକିରି ପାଇଥିବା ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଅଛନ୍ତି। ଏମାନେ WBSC(ୱେଷ୍ଟ ୱେଙ୍ଗଲ ସର୍ଭିସ କମିଶନ) ଏଣ୍ଟ୍ରାନ୍ସ ପରୀକ୍ଷା ୨୦୧୬ ଅଧୀନରେ ନିଯୁକ୍ତି ପାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
