Advertisment

ଓଏଏସ୍ ବଦଳି: ୨୯ ବ୍ଲକରେ ନୂଆ ବିଡିଓ

୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Lokaseva Bhawan

Lokaseva Bhawan

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୨୯ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଓଏଏସ୍ ଅଫିସରମାନଙ୍କୁ ରାଜ୍ୟ ସରକାର  ରିଲିଭ୍ କରିବା ସହ ୨୫ ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଚଳିତବର୍ଷ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ୮ଟି ବଦଳି ନିର୍ଦ୍ଦେଶକୁ ପାଳନ ନକରି ଯେଉଁ ଓଏଏସ୍ ଅଫିସରମାନେ ଏପର୍ଯ୍ୟନ୍ତ ରିଲିଭ୍ ହୋଇନାହାନ୍ତି, ସେମାନଙ୍କୁ ବିଭାଗ ପକ୍ଷରୁ ରିଲିଭ୍ କରାଯାଇଛି । ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଏଏସ୍ ଅଶ୍ୱିନୀ କୁମାର ମହାପାତ୍ରଙ୍କୁ ଜଗନ୍ନାଥପ୍ରସାଦ ବ୍ଲକର ବିଡିଓ ଭାବେ ବଦଳି ହୋଇଛି। ସେହିପରି ଅଭିମନ୍ୟୁ କବି ଶତପଥୀଙ୍କୁ ପଡ଼ିଆ ବ୍ଲକ, ରୁମାଣି ଜାଫ୍ରିଙ୍କୁ କଟକ ସଦର ବ୍ଲକ, ସମରଜିତ୍ କରଙ୍କୁ ବାଲେଶ୍ୱର ବ୍ଲକ୍ ବିଡିଓ ଭାବେ ଅବସ୍ଥାପିତ କରାଯାଇଛି ।

ବିଶ୍ୱରଞ୍ଜନ ମହାନ୍ତି-ସିମୁଳିଆ, ସଂଯୁକ୍ତା ବା- ବିଶୋୟୀ ବ୍ଲକ, ଜୟନ୍ତ ସାହୁ-ଧାନକୁଡ଼ା ବ୍ଲକ, ପଂଚାନନ ମଲ୍ଲିକ-ବରୀ, ବଂଶୀଧର ଖୋସଲା- ବିଜାତଳା, ତିଳୋତ୍ତମା ପୃଷ୍ଟି-କେନ୍ଦୁଝର ସଦର, ଯୋଗରଞ୍ଜନ ନାଏକ-ଆନନ୍ଦପୁର, ଛବିରାଣୀ ସାହୁ-ଗୋପ, ବୃନ୍ଦାବନ ପଟ୍ଟନାୟକ-ନିମାପଡ଼ା, ଶଙ୍କର୍ଷଣ ବେହେରା-ତୁରେଇକଲା, ସୁମନ ମିଞ୍ଜ- ପାଟଣାଗଡ଼, ବିଶ୍ୱନାଥ ସାହୁ-ହେମଗିରି, ଚନ୍ଦ୍ରମଣି ନାଗ-ରାଜସମ୍ବର,ସଞ୍ଜିବ କୁମାର ସାହୁ-ବାସୁଦେବପୁର, ଗୀତା ମୁର୍ମୁ- ତେଲକୋଇ, ଶାନ୍ତନୁ କୁମାର ନାୟକ-ସାରସକଣା, ସୁଶ୍ରୀ ସାଗରିକା ଷଡ଼ଙ୍ଗୀ- କବିସୂର୍ଯ୍ୟନଗର, ପୁରୁଷୋତ୍ତମ ମିର୍ଦ୍ଧା- ଝାରବନ୍ଧ, ଧ୍ରୁବଚରଣ ମୁଦୁଲି-ଥୁଆରାମପୁର,ଭାସ୍କର ଚନ୍ଦ୍ର ସାହୁ-ବୈପାରିଗୁଡ଼ା, ଧନେଇ ଚରଣ ଟୁଡ଼ୁ-ନାକଟିଦେଉଳ, ସୁମତି ପଣ୍ଡା- ବାରଗାଁ(ସୁନ୍ଦରଗଡ଼), ରାଜୀବ ଦାସ-କଲ୍ୟାଣସିଂହପୁର ବ୍ଲକ, ଚାରୁଲତା ସିଂହ-ଲାଠିକଟା ବିଡିଓ ଭାବେ ବଦଳି ହୋଇଛନ୍ତି । ସେହିପରି ଜୟକୃଷ୍ଣ ପାତ୍ରଙ୍କୁ ଝାରବନ୍ଧ ବିଡିଓ ଭାବେ ବଦଳି ନିର୍ଦ୍ଦେଶକୁ ବାତିଲ କରି ତାଙ୍କୁ ମୋରଡ଼ା ବିଡିଓ ଭାବେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି ।

Advertisment

ଉଲ୍ଲେଖଯୋଗ୍ୟ, ପଂଚାୟତିରାଜ ବିଭାଗ ପକ୍ଷରୁ ଚଳିତବର୍ଷ ଅକ୍ଟୋବର ୭, ସେପ୍ଟେମ୍ବର ୧୨, ମେ’ ୯, ଏପ୍ରିଲ ୨୭, ମାର୍ଚ୍ଚ ୨, ଫେବୃୟାରୀ ୨୦ ଓ ଜାନୁୟାରୀ ୧୯ ତାରିଖରେ ବଦଳି ନିର୍ଦ୍ଦେଶ ଜାରି ହୋଇଥିଲା । କିନ୍ତୁ କିଛି ଓଏଏସ୍ ଅଫିସର ଏପର୍ଯ୍ୟନ୍ତ ନିଜ ନୂଆ ସ୍ଥାନରେ ଯୋଗ ଦେଇନାହାନ୍ତି । ବିଭାଗ ପକ୍ଷରୁ ସେମାନଙ୍କୁ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe