Advertisment

୩ ନୂଆ ଏସ୍‌ପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ କିଛି ଦିନ ପୂର୍ବେ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Police

Police

Advertisment

ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ  କିଛି ଦିନ ପୂର୍ବେ  ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପି ଥିଲେ ।

Advertisment

ଏହି ଖାଲି ଥିବା ପଦବୀ ମଧ୍ୟରୁ ୩ ଡିଏସ୍‌ପି ପଦବୀ ଆଜି ପୂରଣ ହୋଇଛି। ଏହି ୩ ଅଧିକାରୀଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସ୍‌ପି ଭାବେ ଦାୟିତ୍ୱ ମିଳିଛି। ପ୍ରକାଶ ଆର୍‌ଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ ବ୍ରିଜେଶ କୁମାର ରାୟ ହେଲେ ରାଉରକେଲାର ଏସପି। ଏଥିସହ ଉମାଶଙ୍କର ଦାଶଙ୍କୁ ମିଳିଛି ଅନୁଗୁଳ ଏସପି ଦାୟିତ୍ୱ । ଆଉ ଅବଶିଷ୍ଟ ୨ ଜିଲ୍ଲାପାଳ, ୩ ଏସ୍‌ପି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ପଦବୀ ଫାଙ୍କା ଥିବା ବେଳେ ଉକ୍ତ ପଦବୀରେ ଖୁବ୍‌ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣାଯାଇଛି।

କିଛି ଦିନ ପୂର୍ବେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂଙ୍କ ସମେତ କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ପୁଲିସ ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ପୁଲିସ ଏସପି ସର୍ଭଣା ବିବେକ ଏମ୍ , ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବଦଳି କରାଯାଇଥିଲା। ଏହି ଆଇପିଏସଙ୍କ ବ୍ୟତୀତ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ସେମାନଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏବେ ସେହି ସବୁ ପଦବୀରେ ଅନ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି।

Advertisment
Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe