Advertisment

EPFOରେ ୩୨୩ଟି ପର୍ସନାଲ ଆସିଷ୍ଟାଣ୍ଟ ପଦବୀରେ ହେବ ନିଯୁକ୍ତି, ଆରମ୍ଭ ହୋଇସାରିଛି ଅନ୍‌ଲାଇନ୍ ଆବେଦନ

ମାର୍ଚ୍ଚ ୭ ତାରିଖରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅଦ୍ୟତନ ହୋଇଛି
EPFO

EPFO

Advertisment

ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ରେ ୩୨୩ଟି ପର୍ସନାଲ ଆସିଷ୍ଟାଣ୍ଟ (PA) ପଦରେ ନିଯୁକ୍ତି ପାଇଁ କେନ୍ଦ୍ରୀୟ ଲୋକ ସେବା ଆୟୋଗ (UPSC) ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ଅନ୍‌ଲାଇନ୍ ଆବେଦନକ ପ୍ରକ୍ରିୟା ମାର୍ଚ୍ଚ ୨୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ୟୁପିଏସ୍‌ସିର ୱେବସାଇଟ୍ upsconline.nic.in କୁ ଯାଇ ଆବେଦନ କରିପାରିବେ।

Advertisment

କେଉଁ ବର୍ଗ ପାଇଁ କେତୋଟି ପଦ ସଂରକ୍ଷିତ ରହିଛି

୩୨୩ଟି ପର୍ସନାଲ ଆସିଷ୍ଟାଣ୍ଟ ପଦ ମଧ୍ୟରୁ ୧୩୨ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଇଡବ୍ଲ୍ୟୁଏସ୍‌ଙ୍କ ପାଇଁ ୩୨ଟି ପଦ ସଂରକ୍ଷିତ ହୋଇଥିବା ବେଳେ ଓବିସିଙ୍କ ପାଇଁ ୮୭ଟି, ଅନୁସୂଚିତ ଜାତି (ଏସ୍‌ସି)ଙ୍କ ପାଇଁ ୪୮ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨୪ଟି ପଦ ସଂରକ୍ଷିତ ରହିଛି। ଏହା ମଧ୍ୟରେ ୧୨ଟି ପଦ ପିଡବ୍ଲ୍ୟୁବିଡିଙ୍କ ପାଇଁ ରହିଛି।

ବୟସ ସୀମା

ସାଧାରଣ ଓ ଇଡବ୍ଲ୍ୟୁଏସ୍‌ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ। ଅନ୍ୟାନ୍ୟ ବର୍ଗ ପାଇଁ ସର୍ବାଧିକ ବୟସ ସୀମା କୋହଳ କରାଯାଇଛି। ଓବିସି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏସ୍‌ଟି ଓ ଏସ୍‌ସି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ଏବଂ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ସବୁ ବର୍ଗର ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ।

Advertisment

ଶିକ୍ଷାଗତ ଯୋଗ୍ୟତା ଓ ଦରମା

ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବା ଆବଶ୍ୟକ। ସେହିପରି ଷ୍ଟେନୋଗ୍ରାଫି ଓ ଟାଇପିଂରେ ସେମାନେ ପ୍ରବୀଣ ହୋଇଥିବା ଆବଶ୍ୟକ। ଏହା ଏକ ସ୍ଥାୟୀ ନିଯୁକ୍ତି। ଯେଉଁମାନେ ଏହି ପଦବୀରେ ନିଯୁକ୍ତ ହେବେ ସେମାନଙ୍କୁ ମାସିକ ୪୪,୯୦୦ ଟଙ୍କା ଦରମା ମିଳିବ।

କେମିତି କରାଯିବ ଚୟନ

EPFOର ୩୨୦ଟି ପର୍ସନାଲ ଆସିଷ୍ଟାଣ୍ଟ (PA) ପଦରେ ନିଯୁକ୍ତି ପାଇଁ ୟୁପିଏସ୍‌ସି ପକ୍ଷରୁ ପ୍ରଥମେ ଲଖିତ ପରୀକ୍ଷା କରାଯିବ। ଜୁଲାଇ ୭ ତାରିଖରେ ଏହି ପରୀକ୍ଷା ହେବ। ୟୁପିଏସ୍‌ସି ଚାହିଁଲେ ପରୀକ୍ଷା ତାରିଖରେ ପରିବର୍ତ୍ତନ କରିପାରିବେ। ତା’ପରେ ଏକ ସ୍କିଲ୍ ଟେଷ୍ଟ କରାଯିବ। ଯେଉଁମାନେ ଲିଖିତ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ସ୍କିଲ୍ ଟେଷ୍ଟ ପାଇଁ ଡକାଯିବ। ଏହା ପରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ଡାକ୍ତରୀ ପରୀକ୍ଷା କରାଯିବ।

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ https://upsc.gov.in/recruitment/recruitment-advertisement କୁ ଯାଇ ଅବା https://upsc.gov.in/ ଖୋଲି Recruitment ସେକ୍ସନର Advertisementsକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ପଢ଼ି ସବିଶେଷ ତଥ୍ୟ ପାଇପାରିବେ।

Job Vacancy EPFO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe