Advertisment

IIT ପିଲାଙ୍କୁ ମିଳୁନି ଚାକିରି! ୩୮% ଛାତ୍ରଛାତ୍ରୀ ପାଇଲେନି ପ୍ଲେସମେଣ୍ଟ

ପାଖାପାଖି ୩୮ ପ୍ରତିଶତ ପିଲା ୨୦୨୪ରେ ପ୍ଲେସମେଣ୍ଟ ପାଇନଥିବା ବେଳେ ସେମାନେ ବର୍ତ୍ତମାନ ଚାକିରି ସନ୍ଧାନରେ ଥିବା ଏକ ଆରଟିଆଇ ତଥ୍ୟରୁ ଜଣାପଡିଛି।

author-image
Debibandita Barick
ଅଦ୍ୟତନ ହୋଇଛି
IIT Delhi Campus

IIT Delhi Campus

ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(IIT) ଛାତ୍ରଛାତ୍ରୀଙ୍କୁ ଚାକିରି ମିଳୁନାହିଁ। ପାଖାପାଖି ୩୮ ପ୍ରତିଶତ ପିଲା ୨୦୨୪ରେ ପ୍ଲେସମେଣ୍ଟ ପାଇନଥିବା ବେଳେ ସେମାନେ ବର୍ତ୍ତମାନ ଚାକିରି ସନ୍ଧାନରେ ଥିବା ଏକ ଆରଟିଆଇ ତଥ୍ୟରୁ ଜଣାପଡିଛି।

Advertisment

ସୂଚନା ଅନୁସାରେ, ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଧୀରଜ ସିଂହ ୨୦୨୪ ପ୍ଲେସମେଣ୍ଟ ବାବଦରେ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର(RTI)ରେ ଏକ ଆବଦନ କରିଥିଲେ। ଏଥିରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ସମଗ୍ର ଦେଶରେ ଥିବା ୨୩ଟି ଆଇଆଇଟି କ୍ୟାମ୍ପସରେ ମୋଟ ୩୮ ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ବର୍ଷ ପ୍ଲେସମେଣ୍ଟ ପାଇ ନାହାଁନ୍ତି, ଯେଉଁମାନେକି ଏବେ ବି ଚାକିରି ସନ୍ଧାନରେ ଅଛନ୍ତି। 

ଡାଟା ଅନୁସାରେ, ୨୦୨୪ରେ ୨୧,୫୦୦ ଛାତ୍ରଛାତ୍ରୀ ପ୍ଲେସମେଣ୍ଟ ପାଇଁ ପଞ୍ଜୀକୃତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୧୩,୪୧୦ ଜଣ ପ୍ଲେସମେଣ୍ଟ ପାଇଛନ୍ତି। ଏହାର ଅର୍ଥ ୩୮ ପ୍ରତିଶତ ପିଲା ଅର୍ଥାତ୍ ପ୍ରାୟ ୮,୦୦୦ ଜଣଙ୍କୁ ନିଯୁକ୍ତି ମିଳିନାହିଁ।

Advertisment

ସେହିପରି ମିଳିଥିବା ତଥ୍ୟ କହୁଛି, ୨୦୨୨ରେ ପ୍ଲେସମେଣ୍ଟରେ ବସିଥିବା ୧୭,୯୦୦ ଛାତ୍ରଙ୍କ ମଧ୍ୟରୁ ୧୪,୪୯୦ ଜଣ ଚାକିରି ପାଇଥିରେ ଏବଂ ୧୯ ପ୍ରତିଶତ ପାଇନଥିଲେ। ୨୦୨୩ରେ ୨୦,୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫,୮୩୦ ଜଣ ଚାକିରି ପାଇଥିଲେ ଏବଂ ୨୧ ପ୍ରତିଶତ ପାଇନଥିଲେ।

ଏହାର ଅର୍ଥ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ହ୍ରାସ ପାଉଛି। ଆଇଆଇଟିରେ ପ୍ଲେସମେଣ୍ଟ ବୃଦ୍ଧି ପାଇବା ଅପେକ୍ଷା ବର୍ଷକୁ ବର୍ଷ ଏହି ସଂଖ୍ୟା ହ୍ରାସ ପାଇବା ନିଶ୍ଚିତ ରୂପେ ଏକ ଚିନ୍ତାର କାରଣ। 

IIT Job Recruitment Placement