/odisha-reporter/media/post_attachments/uploadimage/library/16_9/16_9_0/IMAGE_1692496628.jpg)
Lokaseva Bhawan
ଓଡ଼ିଶାକୁ ୨୦୨୨ ବ୍ୟାଚର ୮ଜଣ ଆଇଏଏସ ଅଫିସର ଆବଂଟନ କରାଯାଇଛି । ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମଥର ପାଇଁ ରେକର୍ଡ ସଂଖ୍ୟକ ପ୍ରତ୍ୟକ୍ଷ ନିଯୁକ୍ତି ପାଉଥିବା ଆଇଏଏସ ଅଫିସରଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ ହୋଇଛି । ୨୦୨୨ ବ୍ୟାଚର ଆଇଏଏସ୍ ଭାବେ ଏହି ୮ଜଣ ଅଫିସର ଓଡ଼ିଶାରେ କାର୍ଯ୍ୟ କରିବେ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଗୃହ ରାଜ୍ୟ ଓଡ଼ିଶା ହୋଇଥିବାବେଳେ ବାକି ୫ଜଣ ଅନ୍ୟ ରାଜ୍ୟର ବାସିନ୍ଦା ବୋଲି ଜଣାପଡ଼ିଛି ।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏହି ଆଇଏଏସ୍ ଅଫିସରମାନଙ୍କ କ୍ୟାଡ଼ର ଆବଂଟନ ସମ୍ପର୍କରେ ସୂଚନା ଦିଆଯାଇଛି । କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ମୋଟ ୧୭୯ଜଣ ଆଇଏଏସ ଅଫିସରଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର କ୍ୟାଡ଼ର ଆବଂଟନ ହୋଇଛି । ଏହି ସମସ୍ତ ଅଫିସର ୨୦୨୨ ମସିହା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।
ଯେଉଁ ଆଇଏଏସ୍ ଅଫିସରମାନଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ କରାଯାଇଛି ସେମାନେ ହେଲେ ଓଡ଼ିଶାର ପ୍ରଣୀତା ଦାଶ , କସ୍ତୁରୀ ପଣ୍ଡା ଓ ତେଜସ୍ୱିନୀ ବେହେରା, ଉତ୍ତରପ୍ରଦେଶର ପ୍ରେକ୍ଷା ଅଗ୍ରୱାଲ, ନାଗାଲ୍ୟାଣ୍ଡର ୟିମକୁମ୍ ଆଇ ଓଜୁକାମ, ମହାରାଷ୍ଟ୍ରର ଦୁଧଲ ଅଭିଷେକ ଦିଲ୍ଲୀପ, କେରଳର ଆଶିନ୍ ଏ ଏଲ୍ ଏବଂ ତାମିଲନାଡୁଡ଼ର ସି ଶରଭାନନ୍ ରହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୧ ବ୍ୟାଚରେ ୬ଜଣ ଆଇଏଏସ୍ , ୨୦୨୦ ବ୍ୟାଚରେ ୫ଜଣ ଆଇଏଏସ୍ , ୨୦୧୯ରେ ୬ଜଣ, ୨୦୧୮ରେ ୪ଜଣ, ୨୦୧୭ରେ ୪ଜଣ, ୨୦୧୬ରେ ୪ଜଣ ଆଇଏଏସ୍ଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
