Advertisment

AAI ରେ ବମ୍ପର ନିଯୁକ୍ତି ସୁଯୋଗ, କାଲିଠୁ ଆବେଦନ ଆରମ୍ଭ

ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (AAI) ରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏକାଥରେ ବାହାରିଛି ୧୧୯ ପଦବୀ।

author-image
Niharika Rout
ଅଦ୍ୟତନ ହୋଇଛି
AAI Appointment

AAI Appointment

ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (AAI) ରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏକାଥରେ ବାହାରିଛି ୧୧୯ ପଦବୀ। ଜୁନିୟର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ବାହାରିଛି ଏହି ବିଜ୍ଞପ୍ତି।

Advertisment

ପଦବୀ ସଂଖ୍ୟା - ୧୧୯

ଜୁନିୟର ଆସିଷ୍ଟାଣ୍ଟ (Fire Service)- ୭୩

ଜୁନିୟର ଆସିଷ୍ଟାଣ୍ଟ (Office)- ୨

ସିନିୟର ଆସିଷ୍ଟାଣ୍ଟ (Electronics) -୨୫

ସିନିୟର ଆସିଷ୍ଟାଣ୍ଟ (Accounts): ୧୯

ଆବେଦନ ତାରିଖ

ଏହି ପଦ ନିମନ୍ତେ ଆସନ୍ତା କାଲିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ଜାନୁୟାରୀ ୨୬ ବୋଲି ଧାର୍ଯ୍ୟ କରାଯାଇଛି।

ଆବେଦନ ଫି

ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀଙ୍କୁ ଅନଲାଇନ୍‌ରେ ହଜାରେ ଟଙ୍କା ପଇଠ କରିବାକୁ ପଡ଼ିବ । ତେବେ ମହିଳା, ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ଛାଡ଼ କରାଯାଇଛି।

Advertisment

ବୟସ ସୀମା

ଏହି ପଦ ନିମନ୍ତେ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ଘୋଷଣା କରାଯାଇଛି। ୧୮ରୁ ୩୦ ବର୍ଷ ବୟସ୍କ ଆଶାୟୀ ଏଥି ପାଇଁ ଆବେଦନ କରି ପାରିବେ। ତେବେ ଚଳିତ ବର୍ଷ ଡିସେମ୍ବର ୨୦ ସୁଦ୍ଧା ସେମାନଙ୍କ ବୟସ ୩୦ ବର୍ଷରୁ ଊର୍ଦ୍ଧ୍ୱ ନ ହେବା ଉଚିତ ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଦଶମ ପାସ୍‌ ପରେ ୩ ବର୍ଷୀୟା ଡିପ୍ଲୋମା କୋର୍ସ କରିଥିବା ଉଚିତ। ସେମାନେ ମେକାନିକାଲ/ ଅଟୋମୋବାଇଲ କିମ୍ବା ଫାୟାର ସର୍ଭିସରେ ଡିପ୍ଲୋମା ପାସ୍‌ କରିଥିବା ଉଚିତ। ନଚେତ ଦ୍ୱାଦଶ ପାସ୍‌ କରିଥିବା ଉଚିତ।

ଏହାବାଦ ସେମାନଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ରହିଥିବା ଜରୁରୀ। ଅନ୍ତତଃ ପକ୍ଷେ, ପ୍ରାର୍ଥୀମାନେ ଭାରୀ ଯାନ କିମ୍ବା ମଧ୍ୟମ ଭାରୀ ଯାନ ପାଇଁ ଆବଦନର ବର୍ଷେ ପୂର୍ବରୁ ଲାଇସେନ୍ସ ପ୍ରାପ୍ତ କରିବା ଜରୁରୀ । ନଚେତ ବିଜ୍ଞପ୍ତି ବାହାରିବାର ୨ ବର୍ଷ ପୂର୍ବରୁ ହାଲକା ଯାନ ପାଇଁ ଲାଇସେନ୍ସ ପ୍ରାପ୍ତ କରିଥିବା ଜରୁରୀ।

କିପରି କରିବେ ଆବେଦନ

ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ AAIର ଅଫିସିଆଲ ୱେବସାଇଟ୍‌ www.aai.aeroକୁ ଯାଆନ୍ତୁ

ହୋମପେଜ୍‌ରେ "Career" ଟ୍ୟାବ୍‌ ଉପରେ କ୍ଲିକ୍‌ କରନ୍ତୁ।

ଏହାପରେ "Direct Recruitment for Jr. Asst (Fire Service) under SRD, Jr. Asst (Office), Sr. Asst(Electronics), Sr. Asst(Accounts) in AAI Southern Region - Advt. No.SR/01/2023" ଲିଙ୍କକୁ କ୍ଲିକ୍‌ କରନ୍ତୁ।

ସେଥିରେ ପ୍ରାର୍ଥୀମାନେ ନିଜର ସମସ୍ତ ତଥ୍ୟ ଦେବା ସହ ଆବଶ୍ୟକ ଡକ୍ୟୁମେଣ୍ଟକୁ ଅପଲୋଡ୍‌ କରନ୍ତୁ।

ଏହାପରେ ଅନଲାଇନ୍‌ରେ ଆବଶ୍ୟକୀୟ ଫି ପଇଠ କରନ୍ତୁ

ଏହାପରେ ଆବେଦନ ପତ୍ର ସବ୍‌ମିଟ୍‌ କରିବାର ଏକ ହାର୍ଡ କପି ନିଜ ନିକଟରେ ରଖନ୍ତୁ।

Job Vacancy