Advertisment

ଏୟାରପୋର୍ଟରେ ନିଯୁକ୍ତି ସୁଯୋଗ; ପୂରଣ ହେବ ୪୯୦ ପଦବୀ

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଜୁନିଅର ଏକ୍‌ଜିକ୍ୟୁଟିଭ୍ ପଦବୀ ପୂରଣ ହେବ। ମୋଟ୍ ୪୯୦ଟି ପଦଦୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ବିଭିନ୍ନ ଶାଖାରେ ଏହି ନିଯୁକ୍ତି ମିଳିବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AAIର ଅଫିସିଆଲ୍ ୱେବ୍‌ସାଇଟ୍ www.aai.aero.କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ୨ ଏପ୍ରିଲ୍ ୨୦୨୪ରୁ ଅନ୍‌ଲାଇନରେ ଆବେଦନ ଆରମ୍ଭ ହୋଇ ୧ ମେ’ ୨୦୨୪ରେ ଶେଷ ହେବ।

ଖାଲି ପଦବୀ: ୪୯୦

  • ଜୁନିଅର କାର୍ଯ୍ୟନିର୍ବାହୀ (ଆର୍କିଟେକ୍ଚର) – ୩ଟି ପୋଷ୍ଟ୍‌
  • ଜୁନିଅର ଏଜୁକ୍ୟୁଟିଭ୍ (ଇଞ୍ଜିନିୟରିଂ-ସିଭିଲ୍) – ୯୦ଟି ପୋଷ୍ଟ୍
  • ଜୁନିଅର ଏଜୁକ୍ୟୁଟିଭ୍ (ଇଞ୍ଜିନିୟରିଂ-ଇଲେକ୍ଟ୍ରିକାଲ୍) – ୧୦୬ଟି ପୋଷ୍ଟ୍
  • ଜୁନିଅର ଏଜୁକ୍ୟୁଟିଭ୍ (ଇଲେକ୍ଟ୍ରୋନିକ୍ସ) – ୨୭୮ଟି ପୋଷ୍ଟ୍
  • ଜୁନିଅର କାର୍ଯ୍ୟନିର୍ବାହୀ (ସୂଚନା ପ୍ରଯୁକ୍ତିବିଦ୍ୟା) – ୧୩ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:
ଆବେଦନ ପାଇଁ ପ୍ରାର୍ଥୀଙ୍କୁ ଉପରସ୍ତ କୌଣସି ବିଭାଗରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିଥିବା ଆବଶ୍ୟକ।

ବୟସ ସୀମା:

  • ସର୍ବାଧିକ ବୟସ – ୨୭ ବର୍ଷ
  • ବୟସ ଗଣନା ୦୧/୦୫/୨୦୨୪ ଅନୁସାରେ ହେବ
  • SC/ST/ OBC କ୍ଷେତ୍ରରେ ବୟସ କୋହଳ ଅଛି

ଆବେଦନ ଶୁଳ୍କ:

  • SC/ST/PwBD – ଦେୟ ମୁକ୍ତ
  • ଅନ୍ୟମାନେ – ୩୦୦ ଟଙ୍କା

ଅଧିକ ସୂଚନା ପାଇଁ ଅଫିସିଆଲ୍ ସାଇଟ୍ www.aai.aero ଭିଜିଟ୍ କରନ୍ତୁ

Job Opportunity Job Alert AAI Recruitment Executive Officer Recruitment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe