Advertisment

ବଦଳିଲେ ୪ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ବିଜ୍ଞପ୍ତି ଜାରି

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି । ସୁବର୍ଣ୍ଣପୁର, ନୟାଗଡ଼, ବଲାଙ୍ଗିର ଓ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି ହୋଇଛି।

ଅଦ୍ୟତନ ହୋଇଛି
undefined

Loka Seva Bhavan

Advertisment

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି । ସୁବର୍ଣ୍ଣପୁର, ନୟାଗଡ଼, ବଲାଙ୍ଗିର ଓ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି ହୋଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଉ ଜଣେ ଓଏଏସ୍ ଅଫିସରଙ୍କୁ ଉପପ୍ରଶାସକ ଭାବେ ନିଯୁକ୍ତି ମିଳିଛି।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ସୂର୍ଯ୍ୟନାରାୟଣ ଦାସଙ୍କୁ ପଂଚାୟତିରାଜ  ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରିଛନ୍ତି।

Advertisment

ସେହିପରି ନୟାଗଡ଼ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଅଫିସର ସୁଚାରୁ କୁମାର ବଳଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେଠାରେ ଥିବା ବରିଷ୍ଠ ଓଏଏସ୍ ଲମ୍ବୋଧର ଧରୁଆଙ୍କୁ ନୂଆପଡ଼ା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ଯାଜପୁର ଉପଜିଲ୍ଲାପାଳ ଗୋପିନାଥ କହଁରଙ୍କୁ ପୁରୀ ଉପଜିଲ୍ଲାପାଳ ଓ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କୁ ଭଦ୍ରକ ସିଡିଏମଓ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛି।
ସେହିପରି ପୁରୀ ଉପଜିଲ୍ଲାପାଳ ଓଏଏସ୍ ଅଫିସର ଭାବତରଣ ସାହୁଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଉପପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି । ବଲାଙ୍ଗିର ତହସିଲଦାର ଅମିତ୍ କୁମାର ନାୟକଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।
ଓଏଏସ ଅଫିସରସ୍ତରରେ ଏହି ବଦଳି ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି।

Loka Seva Bhavan Additional District Magistrates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe