କୋହଳ ହେଲା ନିୟମ। ୭ ବର୍ଷ ପରେ ଜଣେ ସବ୍-ଇନ୍ସପେକ୍ଟର (ଏସ୍ଆଇ) ହୋଇପାରିବେ ଇନ୍ସପେକ୍ଟର। ଚଳିତ ବର୍ଷ ପାଇଁ ଏସ୍ଆଇମାନଙ୍କ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।
ଏସ୍ଆଇମାନଙ୍କ ପଦୋନ୍ନତି ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭଲ ଭାବେ ସମୀକ୍ଷା କରିବା ପରେ ରାଜ୍ୟ ସରକାର ଓଡ଼ିଶା ପୁଲିସ ମାନୁଆଲ ରୁଲ୍ରେ ଥିବା ନିୟମ ଅନୁଯାୟୀ ଚଳିତ ବର୍ଷ ପାଇଁ ଏସ୍ଆଇରୁ ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ପାଇଁ ମାନଦଣ୍ଡକୁ କୋହଳ କରିଛନ୍ତି। ଚାକିରି କରିବାର ୧୦ ବର୍ଷ ପରେ ଏସ୍ଆଇମାନେ ଇନ୍ସପେକ୍ଟର ହେଉଥିବା ବେଳେ ଚଳିତ ବର୍ଷ ଏହାକୁ ୭ ବର୍ଷକୁ ଖସାଇ ଦିଆଯାଇଛି।
ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ଯେଉଁମାନେ ଲଗାତାର ୭ ବର୍ଷ ଏସ୍ଆଇ ଭାବେ କାର୍ଯ୍ୟ କରିସାରିଥିବେ ସେମାନଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦେବା ପାଇଁ ବିଚାର କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
ଦେଢ଼ବର୍ଷ ପରେ ସରକାରଙ୍କ ମନେପଡ଼ିଲା: ଓଇଆରସି ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଦେଲେ ବିଜ୍ଞାପନ
ଆସନ୍ତା ଫେବୃୟାରୀ ୨୪ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞାପନରେ ଦର୍ଶାଯାଇଛି ।
Jobs
ନିଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ସହ ବୈଠକ: ସରକାରଙ୍କ ଟାର୍ଗେଟ୍ ୫ ବର୍ଷରେ ଦେଢ଼ଲକ୍ଷ ପଦବୀ ପୂରଣ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି।
Miscellaneous
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୁଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।