Advertisment

'ରେଳବାଇର ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ଯୁବବର୍ଗଙ୍କୁ ବ୍ୟାପକ ସୁଯୋଗ ଦେବ'

ରେଳବାଇ ନିଯୁକ୍ତି ବୋର୍ଡ ​ଫେବୃଆରୀ ୩ରେ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Railway Minister

Railway Minister

Advertisment

ରେଳବାଇ ନିଯୁକ୍ତି ବୋର୍ଡ ​ଫେବୃଆରୀ ୩ରେ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଛି। ଏହି କ୍ୟାଲେଣ୍ଡରରେ କେଉଁ ମାସରେ କେଉଁ କେଉଁ ପଦବୀ ପୂରଣ ପାଇଁ ପ୍ରକ୍ରିୟା ହେବ ତାର ଏକ ସମ୍ପୂର୍ଣ୍ଣ ଚିଠା ପ୍ରସ୍ତୁତ କରାଯାଇଛି। ଏହି ଡ୍ରାଇଭରେ ଭାଗ ନେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକାଧିକ ସୁବିଧା ରହିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

Advertisment

କ୍ୟାଲେଣ୍ଡର ଅନୁଯାୟୀ, ରେଳବାଇ ନିଯୁକ୍ତି ବୋର୍ଡ ପ୍ରତିବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିବ। ସେହିପରି ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ଏପ୍ରିଲ୍, ମେ' ଏବଂ ଜୁନକୁ ଧାର୍ଯ୍ୟ କରାଯାଇଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ, ଯେଉଁମାନେ ଜୁନିୟର ଇଞ୍ଜିନିୟର, ପାରାମେଡିକ୍ ଏବଂ ଅଣ-ବୈଷୟିକ (ନନ୍-ଟେକ୍ନିକାଲ) ପଦବୀରେ ଯୋଗଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ବିବେଚନା କରାଯିବ। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଲେବଲ୍-୧, ମନ୍ତ୍ରୀସ୍ତରୀୟ ଏବଂ ପୃଥକ ବିଭାଗ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ପ୍ରତ୍ୟେକ ବର୍ଗ ପାଇଁ ବର୍ଷକୁ ଚାରିଥର ନିଯୁକ୍ତି ବିଜ୍ଞପ୍ତି ଜାରି କରାଯିବ, ଯାହା ଦ୍ୱାରା ଅଧିକରୁ ଅଧିକ ପ୍ରାର୍ଥୀ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ। ଏହାପୂର୍ବରୁ ଯେତେବେଳେ ତିନିରୁ ଚାରି ବର୍ଷ ବ୍ୟବଧାନ ପରେ ନିଯୁକ୍ତି ଡ୍ରାଇଭ୍ ଆୟୋଜିତ ହେଉଥିଲା, ଅନେକ ପ୍ରାର୍ଥୀ ସୁଯୋଗରୁ ବଞ୍ଚିତ ହୋଇଥିଲେ। ଏହି କାରଣରୁ ଅନେକ ଆଶାୟୀ ବୟସ ନିୟମ କାରଣରୁ ଏଥିରୁ ବାଦ୍ ପଡୁଥିଲେ।"

Advertisment

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଆମେ ନିଯୁକ୍ତି ପାଇଁ କ୍ୟାଲେଣ୍ଡେର ପ୍ରସ୍ତୁତ କରିଛୁ, ଯେଉଁଥିରୁ ଯୁବକମାନେ ଅଧିକ ଲାଭବାନ ହୋଇପାରିବେ। 

ରେଳ ଅଧିକାରୀମାନେ କହିଛନ୍ତି ଯେ, ଯଦି ଜଣେ ପ୍ରାର୍ଥୀ ପ୍ରଥମ ପ୍ରୟାସରେ ଯୋଗ୍ୟତା ହାସଲ କରିବାରେ ବିଫଳ ହେଉଛନ୍ତି, ତେବେ ତାଙ୍କୁ କ୍ୟାଲେଣ୍ଡରରେ ଏକାଧିକ ସୁବିଧା ମିଳିବ। ଯଦି ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜଣେ ପ୍ରାର୍ଥୀ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦ ପାଇଁ ଆବେଦନ କରନ୍ତି ଏବଂ ଏଥିରେ ବିଫଳ ହେଉଛନ୍ତି, ତେବେ ସେ ଆସନ୍ତା ବର୍ଷ ଆଉ ଏକ ସୁଯୋଗ ପାଇପାରିବେ। ଯଦି ସମାନ ପ୍ରାର୍ଥୀଙ୍କ ଟେକ୍ନିସିଆନ ଚାକିରି ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥାଏ, ତେବେ ସେ ସେହି ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ଆବେଦନ କରିପାରିବେ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେ ଆହୁରି କହିଛନ୍ତି, "ଯେଉଁମାନେ ଯୋଗ୍ୟ ବିବେଚିତ ହେଉଛନ୍ତି ସେମାନେ ସମାନ ସୁଯୋଗ ପାଇବା ସହିତ କ୍ୟାରିୟରର ଉନ୍ନତି ମଧ୍ୟ ପାଇବେ। ଏହା ବ୍ୟତୀତ କ୍ୟାଲେଣ୍ଡର ନିଯୁକ୍ତି ପ୍ରକ୍ରିୟା, ତାଲିମ ଏବଂ ନିଯୁକ୍ତିକୁ ପୂର୍ବ ଅପେକ୍ଷା ଉନ୍ନତ କରିବ।"

ତେବେ ରେଳ ବିଭାଗର ଏହି କ୍ୟାଲେଣ୍ଡର ପ୍ରକାଶନ ପରେ ଅନେକ ଆଶାୟୀ ପ୍ରାର୍ଥୀ କ୍ୟାଲେଣ୍ଡର ପ୍ରକାଶନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ ବାର୍ଷିକ ନିଯୁକ୍ତି ସୁଯୋଗ ସେମାନଙ୍କ ସଫଳତାର ସମ୍ଭାବନାକୁ ଉଜ୍ଜ୍ୱଳ କରିବ ବୋଲି କହିଛନ୍ତି।

Rail Minister Railway Job Calendar Annual Recruitment Calendar Ashwini Vaishnaw Railway Job
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe