Advertisment

ଓଏଏସ୍ ବଦଳି: ରାଜ୍ୟ ମ୍ୟୁଜିୟମ୍ ନିର୍ଦ୍ଦେଶକ ହେଲେ ଅନୁଜ ଦାସପଟ୍ଟନାୟକ

ବରିଷ୍ଠ ଓଏଏସ୍ ଅଫିସର ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ରାଜ୍ୟ ମ୍ୟୁଜିୟମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

undefined

lok seva bhawan

Advertisment

ବରିଷ୍ଠ ଓଏଏସ୍ ଅଫିସର ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ରାଜ୍ୟ ମ୍ୟୁଜିୟମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ମ୍ୟୁଜିୟମ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।

Advertisment

ସେହିପରି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାର ସେସଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ବ୍ରହ୍ମପୁର ଆରଡିସି ଅଫିସକୁ ତାଙ୍କର ପୂର୍ବ ବଦଳିକୁ ବାତିଲ କରାଯାଇଛି।

ସେହିପରି କଟକ ମହାନଗର ନିଗମର ଡେପୁଟି କମିଶନର ସଞ୍ଜିବିତା ରାୟଙ୍କୁ କଟକସ୍ଥିତ ଟେକନିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଓଏଏସ୍ ବିନୋଦ କୁମାର ଜେନାଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଜେନା ଏବେ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଅଛନ୍ତି।

Advertisment

ସେହିପରି କଟକସ୍ଥିତ ଟେକନିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟର ଡେପୁଟି ନିର୍ଦ୍ଦେଶିକା ଅନାମିକା ସିଂଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଡେପୁଟି ସିଇଓ ଭାବେ ବଦଳି ହୋଇଛି।

Oas Oas Anuj Daspattanaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe