Advertisment

୩୦ ହଜାର ଜିଡିଏସ୍ ପଦବୀ ପାଇଁ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା

ମୋଟ ୩୦ ହଜାର ୪୧ଟି GDS ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେଥିରୁ ଓଡ଼ିଶାର ୧୨୭୯ଟି ପଦବୀ ରହିଛି।

Indian Post

Indian Post

Advertisment

ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ ସେବକ ବା GDS (ବ୍ରାଞ୍ଚ ପୋଷ୍ଟମାଷ୍ଟର (ବିପିଏମ୍‌)/ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ଏବିପିଏମ୍‌)/ଡାକ ସେବକ) ପଦରେ ନିଯୁକ୍ତି ପାଇଁ ଆଜିଠାରୁ ଆବେଦନ ଗ୍ରହଣ କରାଯାଉଛି। ଆବେଦନ କରିବାର ଶେଷ ତାରିଖ ୨୩ ଅଗଷ୍ଟ ୨୦୨୩ ରହିଛି। ସେହି ତାରିଖ ସୁଦ୍ଧା ଆବଶ୍ୟକ ଫି’ ମଧ୍ୟ ପଇଠ କରିବାକୁ ହେବ।

Advertisment

ମୋଟ ୩୦ ହଜାର ୪୧ଟି GDS ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେଥିରୁ ଓଡ଼ିଶାର ୧୨୭୯ଟି ପଦବୀ ରହିଛି। ପ୍ରାର୍ଥୀ ଗଣିତ ଓ ଇଂରାଜୀ ବିଷୟ ରଖି ଦଶମ ପାସ୍ କରିଥିବା ଆବଶ୍ୟକ। ୨୩.୮.୨୦୨୩ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ବା ସର୍ବାଧିକ ୪୦ ବର୍ଷ ହୋଇଥିବା ଆବଶ୍ୟକ। ନିୟମ ଅନୁଯାୟୀ ବୟସରେ କୋହଳ କରାଯିବ।

ଦରମା

ବିପିଏମ୍‌ଙ୍କ ଦରମା ୧୨,୦୦୦ରୁ ୨୯,୩୮୦ ଟଙ୍କା ରହିଥିବା ବେଳେ ଏବିପିଏମ୍‌/ଡାକ ସେବକଙ୍କ ଦରକା ୧୦ ହଜାରରୁ ୨୪,୪୭୦ ଟଙ୍କା ରହିବ।

Advertisment

କେମିତି କରିବେ ଆବେଦନ

ଏଥିପାଇଁ ଆଶାୟୀମାନେ କେବଳ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ସେମାନେ https://indiapostgdsonline.gov.in/ କୁ ଯାଇ ଆବେଦନ କରିପାରିବେ। ଅନ୍ୟ କୌଣସି ପ୍ରକାରେ ଆବେଦନ ଗ୍ରହଣୀୟ ହେବ ନାହିଁ।

ଅଧିକ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Indian Postal Service
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe