Advertisment

ହାଇକୋର୍ଟରେ ASO ଚୟନ ଅନିୟମିତତା ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

ଏଏସଓ ଚୟନକୁ ନେଇ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ଗତ ମେ’ ୧୯ ତାରିଖର ରାୟକୁ ଚ୍ୟାଲେଞ୍ଜ କରି ଦାୟର ୩ଟି ମାମଲାର ରାୟ ସଂରକ୍ଷିତ ରହିଛି।

High Court

High Court

Advertisment

ବହୁ ଚର୍ଚ୍ଚିତ ଏଏସଓ ଚୟନ ଅନିୟମିତତା ପ୍ରସଙ୍ଗରେ ଦାୟର ଏକାଧିକ ଅପିଲର ଶୁଣାଣି ହାଇକୋର୍ଟ ଡିଭିଜନ ବେଞ୍ଚରେ ଶେଷ ହୋଇଛି। ସମସ୍ତ ପକ୍ଷଙ୍କୁ ଶୁଣିବାପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।

Advertisment

ଏଏସଓ ଚୟନକୁ ନେଇ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ଗତ ମେ’ ୧୯ ତାରିଖର ରାୟକୁ ଚ୍ୟାଲେଞ୍ଜ କରି ଦାୟର ୩ଟି ମାମଲାର ରାୟ ସଂରକ୍ଷିତ ରହିଛି।

ଗତ ୨୦୨୨ ମସିହାରେ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିପାଇଁ ଲିଖିତ ପରୀକ୍ଷା ଦେଇଥିବା ମୋଟ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନାକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତେବେ କ୍ଷମତା ବାହାରକୁ ଯାଇ ଓପିଏସସି ମାର୍କିଙ୍ଗ ପଦ୍ଧତିରେ ପରିବର୍ତ୍ତନ କରି ମେରିଟ ଲିଷ୍ଟ ପ୍ରକାଶ କରିଥିଲା ବୋଲି ଅଭିଯୋଗ ହୋଇଥିଲା।

Advertisment

ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ମେରିଟ ଲିଷ୍ଟରୁ ବାଦ୍ ପଡ଼ିଥିବା ଅନେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମସ୍ତ ମାମଲାର ଏକାକାଳୀନ ଶୁଣାଣି କରି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିବା ସହ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ କୋର୍ଟ ଗତ ମେ ୧୯ ତାରିଖରେ ରାୟ ଶୁଣାଇଥିଲେ।

ଓଡ଼ିଶା ସେକ୍ରେଟାରିଏଟ (ମେଥଡ ଅଫ୍ ରିକ୍ରୁଟମେଣ୍ଟ) ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଏଏସଓ ରୁଲ୍ସ, ୨୦୧୬ର ଉଲ୍ଲଂଘନ କରି ବିଷୟ ଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ।

ହାଇକୋର୍ଟଙ୍କ ରାୟରେ ତ୍ରୁଟି ରହିଥିବା ଦର୍ଶାଇ ଓପିଏସସି ଏବଂ ଅନ୍ୟମାନଙ୍କ ପକ୍ଷରୁ ୩ଟି ପୃଥକ ଅପିଲ ଦାୟର ହୋଇଥିଲା। ଏହି ୩ଟି ଯାକ ମାମଲାର ଏକାକାଳୀନ ଶୁଣାଣି ଶେଷ କରି ହାଇକୋର୍ଟ ଆଜି ରାୟ ସଂରକ୍ଷିତ ରଖିଛନ୍ତି।

Odisha Highcourt Opsc Aso Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe