Advertisment

ASO ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ୍, ଓପିଏସ୍‌ସିକୁ ନୋଟିସ

OPSC ପକ୍ଷରୁ ଯେଉଁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା ତାକୁ ମଧ୍ୟ ହାଇକୋର୍ଟ ଖାରଜ କରି ଦେଇଥିଲେ।

ଅଦ୍ୟତନ ହୋଇଛି
Odisha high-court

Odisha high-court

Advertisment

ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପରିଚାଳିତ ASO ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଆଜି ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍‌ସିକୁ ନୋଟିସ ଜାରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି।

Advertisment

ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ପରୀକ୍ଷା କରି ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଯେଉଁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା  ମେ’ ୧୯ ତାରିଖରେ  ତାକୁ ମଧ୍ୟ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ASO ପରୀକ୍ଷା ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରି ଦେବା ପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (OPSC) ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ପ୍ରତି ଅବିଚାର କରାଯାଇଥିବା ସେମାନେ କହିଛନ୍ତି। ପୂରା ଜଜ୍‌ମେଣ୍ଟ କପି ଆସିବା ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଥିଲେ।

Advertisment
Odisha High Court Opsc Exam Aso Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe