Representative Image
ବ୍ୟାଙ୍କ ଅଫ୍ ଇଣ୍ତିଆରେ ଚାକିରି ସୁଯୋଗ। ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି BOI। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଶାୟୀ ପ୍ରାର୍ଥୀ ବ୍ୟାଙ୍କ୍ ଅଫ୍ ଇଣ୍ତିଆର ଅଫିସିଆଲ୍ ୱେବସାଇଟ୍ bankofindia.co.in ରେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।
ପଦବୀ
ମୋଟ ୧୪୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଡ୍ରାଇଭରେ ଚତୁର୍ଥ ସ୍କେଲ୍ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟ୍ରିମ୍ରେ ଅଧିକାରୀ(ଅଫିସିଆଲ୍) ପଦବୀ ପୂରଣ ହେବ। ମାର୍ଚ୍ଚ ୨୭ରୁ ଆବେଦନ କରାଯାଉଛି। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୦, ୨୦୨୪।
ଚୟନ ପ୍ରକ୍ରିୟା:
ଅନଲାଇନରେ ପରୀକ୍ଷା ହେବ।
ପରୀକ୍ଷା ଇଂରାଜୀ ଭାଷାରେ ହେବ।
ନମ୍ବର ଅନୁଯାୟୀ ଚୟନ କରାଯିବ।
ଏହାପରେ ବ୍ୟକ୍ତିଗତ ସାକ୍ଷାତକାର(ଇଣ୍ଟରଭ୍ୟୁ) ଏବଂ ନିଯୁକ୍ତି।
ଆବେଦନ ଶୁଳ୍କ:
SC/ST/PWD- ୧୭୫ ଟଙ୍କା
ଅନ୍ୟ(ଜେନେରାଲ୍)- ୮୫୦ ଟଙ୍କା
ଆବେଦନ ଶୁଳ୍କ ଅନଲାଇନରେ ଡିପୋଜିଟ୍ କରିପାରିବେ। UPI ଆଇଡି ଦ୍ୱାରା ଦେୟ ଉପଲବ୍ଧ ରହିଛି। ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us