Advertisment

ଦୂର ହେବ ନିଯୁକ୍ତି ସମସ୍ୟା! ଇଣ୍ଟର୍ନଶିପ୍ ଯୋଜନା ଆଣିଲେ କେନ୍ଦ୍ର ସରକାର

ଇଣ୍ଟର୍ନଶିପ୍ ଯୋଜନା ମାଧ୍ୟମରେ ୫୦୦ କମ୍ପାନୀରେ ଇଣ୍ଟର୍ନ କରିବାର ସୁଯୋଗ ମିଳିବ।

ଅଦ୍ୟତନ ହୋଇଛି
Working

Working

Advertisment

ଚାକିରି ସମସ୍ୟା ଦୂରୀକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଆଗକୁ କାର୍ଯ୍ୟକାରୀ ହେବାକୁ ଯାଉଛି ଇଣ୍ଟର୍ନଶିପ୍ ସ୍କିମ୍। ୨୦୨୪-୨୫ ଆର୍ଥିକ ବଜେଟ ଉପସ୍ଥାପନ ସମୟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। 

Advertisment

ଇଣ୍ଟର୍ନଶିପ୍ ଯୋଜନା ମାଧ୍ୟମରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୫୦୦ ବହୁ ବିଶିଷ୍ଟ କମ୍ପାନୀରେ ଫ୍ରେସରମାନଙ୍କୁ ଇଣ୍ଟର୍ନଶିପ୍ କରିବାର ସୁଯୋଗ ମିଳିବ। ଏହି ଯୋଜନା ଏକ କୋଟି ଯୁବକଙ୍କୁ ସୁଯୋଗ ଦେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଇଣ୍ଟର୍ନଶିପ ସ୍କିମ୍ ଅଧୀନରେ ପ୍ରତି ମାସରେ ୫,୦୦୦ ଟଙ୍କା ଇଣ୍ଟର୍ନସିପ୍ ଭତ୍ତା ଏବଂ ୬,୦୦୦ ଟଙ୍କାର ଏକକାଳୀନ ସହାୟତା ପ୍ରଦାନ କରାଯିବ।

Advertisment

ଏହା ବ୍ୟତୀତ ଇଣ୍ଟର୍ନସିପ୍ ସୁବିଧା କରୁଥିବା କମ୍ପାନୀଗୁଡିକ ଇଣ୍ଟର୍ନମାନଙ୍କ ତାଲିମ ଖର୍ଚ୍ଚ ବହନ କରିବେ। ଏଥିପାଇଁ କମ୍ପାନୀଗୁଡ଼ିକ ସେମାନଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) ପାଣ୍ଠି ବ୍ୟବହାର କରିବେ। ଏଥିସହ ଇଣ୍ଟର୍ନମାନଙ୍କୁ ସହଯୋଗ ସମର୍ଥନ ସହ ସେମାନଙ୍କ ପାଇଁ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। 

ସେହିପରି ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ବଜେଟରେ ୫ଟି ସ୍କିମ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଶିକ୍ଷା, ନିଯୁକ୍ତି ଓ କୌଶଳ ବିକାଶ ପାଇଁ ସର୍ବ ମୋଟ ୧.୪୮ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି।

Budget 2024 Union Budget Internship Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe