ଜାଲ ସାର୍ଟିଫିକେଟ୍ ଦେଇ ଜିଡିଏସ୍ ପାଇଁ ଆବେଦନ କରିଥିବା ମହିଳାଙ୍କ ଘରେ CBIର ସ୍ୱତନ୍ତ୍ର ଟିମ । 12 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଚଢ଼ାଉ କରିଥିଲେ । ଫୁଲବାଣୀ ଅରବିନ୍ଦନଗର ନିବାସୀ ଜଣେ ମହିଳାଙ୍କ ଘରେ CBI ଟିମ ଚଢ଼ାଉ କରିଥିଲେ । କେବଳ ଫୁଲବାଣୀ ନୁହେଁ ରାଜ୍ୟର 67ଟି ସ୍ଥାନରେ ସିବିଆଇ ତନାଘନା କରୁଛି । ଜାଲ୍ ସାର୍ଟିଫିକେଟ୍ ମାମଲାରେ ତଦନ୍ତ କରୁଛି ।