Advertisment

୧୨୦ ଜଣଙ୍କୁ ନିଯୁକ୍ତି ଦେବ CBSE, ୧୨ରୁ ଆରମ୍ଭ ହେବ ଅନ୍‌ଲାଇନ୍ ଆବେଦନ

ମାର୍ଚ୍ଚ ୧୨ ତାରିଖରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହେବ। ଏହା ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

author-image
Jitendra Garnayak
CBSE

CBSE

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଏକାଧିକ ପଦପଦବୀରେ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଗ୍ରୁପ୍‌ ଏ, ବି ଓ ସିରେ ବିଭିନ୍ନ ପଦପଦବୀରେ ୧୨୦ ଜଣଙ୍କୁ ନିଯୁକ୍ତି ଦେବ ସିବିଏସ୍‌ଇ। ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ।

Advertisment

ମାର୍ଚ୍ଚ ୧୨ ତାରିଖରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହେବ। ଏହା ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ପ୍ରାର୍ଥୀମାନେ ସିବିଏସ୍‌ଇର ୱେବ୍‌ସାଇଟ୍ www.cbse.nic.in କୁ ଯାଇ ଆବେଦନ କରିପାରିବେ। ଏହା ବାଦ୍ ଅନ୍ୟକୌଣସି ପ୍ରକାରେ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ ଜଣାଇ ଦିଆଯାଇଛି।

କେଉଁ ପଦରେ କେତେ ଜଣଙ୍କୁ ଦିଆଯିବ ନିଯୁକ୍ତି

ଆସିଷ୍ଟାଣ୍ଟ ସେକ୍ରେଟେରୀ (ଆଡ୍‌ମିନିଷ୍ଟ୍ରେସନ୍‌)- ୧୮

ଆସିଷ୍ଟାଣ୍ଟ ସେକ୍ରେଟେରୀ (ଏକାଡେମିକ୍‌ସ)- ୧୬

ଆସିଷ୍ଟାଣ୍ଟ ସେକ୍ରେଟେରୀ (ସ୍କିଲ୍ ଏଜୁକେସନ)- ୮

ଆସିଷ୍ଟାଣ୍ଟ ସେକ୍ରେଟେରୀ (ଟ୍ରେନିଂ)- ୨୨

ଏକାଉଣ୍ଟସ୍‌ ଅଫିସର- ୩

ଜୁନିୟର ଇଞ୍ଜିନିୟର- ୧୭

ଜୁନିୟର ଟ୍ରାନ୍ସଲେସନ୍ ଅଫିସର- ୭

ଏକାଉଣ୍ଟାଣ୍ଟ- ୭

ଜୁନିୟର ଏକାଉଣ୍ଟାଣ୍ଟ-୨୨

ସର୍ବ ଭାରତୀୟ ସ୍ତରରେ ପରୀକ୍ଷା କରି ସିବିଏସ୍‌ଇ ଏହି ସବୁ ପଦରେ ନିଯୁକ୍ତି ଦେବ। ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ଭାରତର ଯେକୌଣସି ସ୍ଥାନରେ ନିଯୁକ୍ତି ମିଳିପାରେ। ସିବିଏସ୍‌ଇ ଚାହିଁଲେ ଏହି ପଦଗୁଡ଼ିକର ସଂଖ୍ୟାକୁ ବଢ଼ାଇ ପାରିବ ବା ହ୍ରାସ କରିପାରିବ। ଏହି ନିଯୁକ୍ତି ସଂପର୍କିତ ସବିଶେଷ ତଥ୍ୟ ଜାଣିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ www.cbse.nic.in କୁ ଯାଇ ଦେଖିପାରିବେ।

Advertisment
CBSE