Advertisment

Central Bank Of India Recruitment: ୩୦୦୦ ପଦବୀ ପୂରଣ ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା

୩୦୦୦ଟି Apprentice ପଦବୀ ପୂରଣ ପାଇଁ ଦରଖାସ୍ତ ଆହ୍ୱାନ କରିଛି ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ସିବିଆଇ।

CBI

CBI

Advertisment

୩୦୦୦ଟି Apprentice ପଦବୀ ପୂରଣ ପାଇଁ ଦରଖାସ୍ତ ଆହ୍ୱାନ କରିଛି ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ସିବିଆଇ। ଏଥିପାଇଁ ଫେବ୍ରୁଆରୀ ୨୧ ତାରିଖରୁ ଅର୍ଥାତ୍ ଗତକାଲି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୬ ସୁଦ୍ଧା ଏହି ପଦବୀ ପାଇଁ ଆବେଦନ କରିପାରିବେ। ସେମାନଙ୍କୁ nats.education.gov.in.କୁ ଯାଇ ଆବେଦନ କରିବାକୁ ପଡ଼ିବ। ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଏହି ପଦବୀ ପୂରଣ ପାଇଁ ପରୀକ୍ଷା ହୋଇପାରେ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କଟ୍‌-ଅଫ୍ ମାର୍କ ପ୍ରକାଶ ପାଇପାରେ।

Advertisment

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତା’ର ବିଭିନ୍ନ ଶାଖା/କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ଏହି Apprentice ପଦବୀ ପୂରଣ ପାଇଁ ଅନ୍‌ଲାଇନ୍‌ରେ ଲିଖିତ ପରୀକ୍ଷା କରିବ। ଏହି ଲିଖିତ ପରୀକ୍ଷାରେ Quantitative Aptitude, General English, Reasoning Ability, Computer Knowledge, Basic Retail Liability Products, Basic Retail Asset Products, Basic Investment Products, Basic Insurance Productsରୁ ପ୍ରଶ୍ନ ପଡ଼ିବ।

କେଉଁମାନେ ଯୋଗ୍ୟ ନୁହନ୍ତି?

ପ୍ରାର୍ଥୀମାନେ ପୂର୍ବରୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଅନ୍ୟ କୌଣସି ସଂସ୍ଥାରେ ଆପ୍ରେଣ୍ଟିଶିପ୍ କରି ନଥିବେ। ତା’ସହିତ ସେମାନେ ଏବେ କୌଣସି ସଂସ୍ଥାରେ ଅପ୍ରେଣ୍ଟିଶିପ୍ କରୁ ନଥିବା ଉଚିତ୍। ସେହିପରି ଯେଉଁ ପ୍ରାର୍ଥୀମାନେ ଶିକ୍ଷା ସମାପ୍ତ ପରେ ଗୋଟିଏ ବର୍ଷ ବା ତା’ଠାରୁ ଅଧିକ ବର୍ଷ ପ୍ରଶିକ୍ଷଣ ନେଇଥିବେ ବା ସେମାନଙ୍କର ଚାକିରି ଅନୁଭୂତି ରହିଥିବ, ତା’ହେଲେ ସେମାନେ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।

Advertisment

ବୟସ ସୀମା

Apprentice ପଦବୀ ପାଇଁ ଆବେଦନ କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ୧୯୯୬ ଏପ୍ରିଲ ୧ ତାରିଖରୁ ୨୦୦୪ ମାର୍ଚ୍ଚ ୩୧ ମଧ୍ୟରେ ଜନ୍ମଗ୍ରହଣ କରିଥିବେ। ତେବେ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏସ୍‌ସି/ଏସ୍‌ଟି/ଓବିସି/ପିଡବ୍ଲ୍ୟୁବିଡି ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ କୋହଳ କରାଯାଇଛି।

ଷ୍ଟାଇପେଣ୍ଡ

ଗ୍ରାମାଞ୍ଚଳ/ଛୋଟ ସହରରେ ଥିବା ଶାଖାରେ ନିଯୁକ୍ତି ପାଇଲେ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ। ସେହିପରି ସହରାଞ୍ଚଳ ଓ ମେଟ୍ରୋ ଶାଖାଗୁଡ଼ିକରେ ନିଯୁକ୍ତି ପାଇଲେ ମଧ୍ୟ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀମାନେ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ। ସେମାନଙ୍କ ପାଖରେ ସ୍ନାତକ ପାସ୍‌ କରିଥିବା ନେଇ ପ୍ରମାଣପତ୍ର ରହିଥିବା ଆବଶ୍ୟକ।

Job Vacancy Central Bank Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe