କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF) କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କେବଳ ଓଡ଼ିଶାରେ 23ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ଥିବାବେଳେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। +2 ପାସ୍ କରିଥିବା ପିଲାମାନେ ଏହାର ସୁଯୋଗ ନେଇପାରିବେ।
ଏହି ନୁଯୁକ୍ତି ମାଧ୍ୟମରେ 11 ଶହରୁ ଅଧିକ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବ୍ସାଇଟ୍ cisf.gov.in ରେ ଆବେଦନ କରିପାରିବେ। 31 ଅଗଷ୍ଟରୁ ଆବେଦନ ଆରମ୍ଭ ହେବାକୁ ଥିବାବେଳେ ସେପ୍ଟେମ୍ବର 30ରେ ଶେଷ ତାରିଖ ରହିଛି।
ଖାଲି ପଦବୀ: 1130
- UR – 466
- EWS – 114
- SC – 153
- ST – 161
- OBC - 236
ଯୋଗ୍ୟତା:
ଆବେଦନ ପାଇଁ ପ୍ରାର୍ଥୀଙ୍କୁ ବିଜ୍ଞାନରେ ପ୍ଲସ୍ ଟୁ ପାସ୍ କରିଥିବା ଆବଶ୍ୟକ।
ବୟସ ସୀମା:
- ସର୍ବନିମ୍ନ ବୟସ – 18 ବର୍ଷ
- ସର୍ବାଧିକ ବୟସ – 23 ବର୍ଷ
- ବୟସ ଗଣନା 30 ସେପ୍ଟେମ୍ବର 2024 ଅନୁସାରେ ହେବ
ମାସିକ ଦରମା:
- ସର୍ବନିମ୍ନ ଦରମା – 21,700ଟଙ୍କା
- ସର୍ବାଧିକ ଦରମା – 69,100ଟଙ୍କା
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/EWS/OBC – 100ଟଙ୍କା
- SC / ST/ - ଦେୟମୁକ୍ତ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା
- ଶାରୀରିକ ପରୀକ୍ଷା
- ମେଡିକାଲ୍ ଟେଷ୍ଟ୍
- ଡକ୍ୟୁମେଣ୍ଟ୍ ଯାଞ୍ଚ